ରାସ୍ତା କଡ଼ରେ ଅଳିଆ ଆବର୍ଜନା ଏବଂ ଖାଲି ପାଣି ବୋତଲ ହାତରେ ଉଠାଇ ଡଷ୍ଟବିନ୍‌ରେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସ୍ଵଚ୍ଛତାର ବାର୍ତ୍ତା ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସ୍ଵଚ୍ଛତା କୁ ନେଇ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇଛନ୍ତି । ରବିବାର ନୂଆଦିଲ୍ଲୀରେ ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ତିଆରି ହୋଇଥିବା ମୁଖ୍ୟ ଟନେଲ ଓ ୫ଟି ଅଣ୍ଡରପାସ ରାସ୍ତାର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ପୂର୍ବରୁ ଖୋଲା ଜିପରୁ ବାହାରି ଚାଲି ଚାଲି ଏହି ଟନେଲ ସ୍ଥାନକୁ ଯାଇଥିଲେ। ଏହି ସମୟରେ ସେ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଏବଂ ଖାଲି ପାଣି ବୋତଲ ଦେଖି ତାକୁ ହାତରେ ଉଠାଇ ଡଷ୍ଟବିନ୍‌ରେ ପକାଇଥିଲେ।
ସ୍ବଚ୍ଛ ଭାରତ ମିଶନ ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଅଭିଯାନ ଅଟେ। ଏହା ମାଧ୍ୟମରେ ସେ ଦେଶବାସୀଙ୍କୁ ସ୍ବଚ୍ଛତା ବିଷୟରେ ଅବଗତ କରାଇଥିଲେ।

୨ ଅକ୍ଟୋବର ୨୦୧୪ରେ ମହାତ୍ମା ଗାନ୍ଧୀଙ୍କ ୧୪୫ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏହି ଅଭିଯାନ ଆରମ୍ଭ କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ପାଇଁ ୯୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସବୁ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏତେ କମ ସମୟରେ ଇଣ୍ଟିଗ୍ରେଡେଟ ଟ୍ରାଞ୍ଜିଟ କରିଡର କାମକୁ ସାରିବା ଆଦୌ ସହଜ ନ ଥିଲା। ଏହା ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ। ପ୍ରତିଦିନ ଏଠାରେ ଲକ୍ଷାଧିକ ଗାଡି ଯିବା ଆସିବା କରନ୍ତି। ଟନେଲ ଉପରେ ଏକାଧିକ ରେଳ ଲାଇନ ଯାଇଛି। ଏହି ପ୍ରକଳ୍ପ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲା। କୋଭିଡ ମହାମାରୀ ଯୋଗୁ ପ୍ରକଳ୍ପ କାମରେ ଅନେକ ସମସ୍ୟା ହୋଇଥିଲା। ଆମ ଦେଶର କିଛି ଲୋକ ପ୍ରତି କଥାରେ ନ୍ୟାୟପାଳିକାର ଦ୍ୱାର ମଧ୍ୟ ବା ଲାଗନ୍ତି। ଏହି ପ୍ରକଳ୍ପରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଦେଶକୁ ଆଗକୁ ନେବାରେ ଏପରି ପଦକ୍ଷେପ ନୂଆ ବାଧା ସୃଷ୍ଟି କରିଥିଲା। କିନ୍ତୁ ଏହା ନୂଆ ଭାରତ। ଆମକୁ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ପଡିବ ଓ ନିଷ୍ପତ୍ତି ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Posts