ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଦ୍ବିତୀୟ ଥର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଆସନ୍ତା 25 ତାରିଖ ଅପରାହ୍ନ 4ଟାରେ ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଆନ୍ତଃର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଟିମ ଶପଥ ଗ୍ରହଣ କରିବେ । ବିଜେପି ଭବ୍ୟ ସହ ବହୁ ଆଡମ୍ବର କରିବାକୁ ଯୋଜନା କରିଛି ।

ଏହି ଶପଥ ଗ୍ରହଣ ସମାରୋହରେ 50 ଲୋକଙ୍କ ସମେତ ଦେଶର ପ୍ରାୟ 2 ଶହ VVIP ଅତିଥି ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ଦୃତ ଗତିରେ ଜାରି ରହିଛି ।କିଏ ହେବେ ଅତିଥି?

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ଉତ୍ସବର ମୁକସାକ୍ଷୀ ରହିବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାବାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ଏକାଧିକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହେବେ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଣ ଦଳର ସମସ୍ତ ସାଂସଦ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ଦଳର ସମସ୍ତ ମୋର୍ଚ୍ଚାର ପ୍ରମୁଖ ଉପସ୍ଥିତ ରହିବେ । ଏହାସହ କଂଗ୍ରେସର ବରିଷ୍ଠ ନେତା, ସପା, ବସପା ଓ ରାଜ୍ୟର ଅନ୍ୟ ଆଞ୍ଚଳିକ ଦଳର ପ୍ରମୁଖ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ରାଜ୍ୟର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବରିଷ୍ଠ ପ୍ରଶାସକ, ରାଜନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଆଉ ସବୁଠାରୁ ବଡ କଥା ହେଉଛି ଯୋଗୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କିଛି ସ୍ବତନ୍ତ୍ର ଅତିଥି ସାମିଲ ହେବେ । ସେମାନେ ହେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଲାଭାର୍ଥୀ । ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ମହିଳା ରହିଥିବେ । ଏତତ ବ୍ୟତୀତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ, ସାଧୁ ସନ୍ଥ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।

Related Posts