ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ସେପଟେ ଅଗ୍ନିପଥ ଯୋଜନାକୁ ନେଇ ଉତ୍ତେଜନା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟର ଯୋଗେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ତେବେ ଅଗ୍ନିପଥ ଯୁବକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ, କୃଷି ନିୟମ- କୃଷକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ, ବିମୁଦ୍ରୀକରଣ-ଅର୍ଥନୈତିଜ୍ଞଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ, ଜିଏସଟି ବ୍ୟବସାୟୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦେଶର ଲୋକମାନେ କଣ ଚାହୁଁଛନ୍ତି ତାହା ପ୍ରଧାମନ୍ତ୍ରୀ ବୁଝନ୍ତି ନାହିଁ ।

କାରଣ ସେ ତାଙ୍କର ବନ୍ଧୁଙ୍କ ସ୍ୱର ବ୍ୟତୀତ ଅନ୍ୟ କିଛି ଶୁଣନ୍ତି ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି । ଏହି ଯୋଜନା ଅଧିନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ । ଏହାକୁ ବିରୋଧ କରି ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି । ଏହା ସହ ଟ୍ରେନରେ ନିଆଁ ଲଗାଇ ଦେଇଥିବାର ଦେଖିବାକୁ ମିଳିଛି ।