ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା: ପରୀକ୍ଷାକୁ ନେଇ ଆଦୌ ଭୟଭୀତ ନହୋଇ ପର୍ବ ଭଳି ଭାବିବାକୁ ପରାମର୍ଶ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପରୀକ୍ଷା ଦେଲା ବେଳେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ଏହି କାର୍ଯ୍ୟକ୍ରମଟି ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି । କିନ୍ତୁ ଯଦି ପରୀକ୍ଷାକୁ ଆମେ ପର୍ବ ଭଳି ଭାବିବେ ତେବେ ଏଥିରେ ରଙ୍ଗ ଭରିଯିବ ବୋଲି ପରୀକ୍ଷା ପେ ଚର୍ଚ୍ଚାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମୋଦୀ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ବାବଦରେ ଆଲୋଚନା କରିଛନ୍ତି । ଏହାସହ କିପରି ଚାପମୁକ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ସେନେଇ ମଧ୍ୟ ଆଲୋକପାତ କରିଛନ୍ତି । ମୋଦୀ କହିଛନ୍ତି ଯେ, ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜରୁରୀ । ନିଜେ ହିଁ କେତେବେଳେ ପାଠ ପଢି ହେବ ସେନେଇ ଅନୁଶୀଳନ କରିବା ଜରୁରୀ । ଏହାସହ ପରୀକ୍ଷାକୁ ହିଁ ଏକଦା ଚିଠି ଲେଖି ଦେବା ଦରକାର ବୋଲି ମୋଦୀ ମଜାଳିଆ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।

ମୋଦି କହିଛନ୍ତି,

ପରୀକ୍ଷା ଦେବେ କେମିତି ? ପ୍ରଧାନମନ୍ତ୍ରୀଙ୍କ ଟିପ୍ସ :
– ପରୀକ୍ଷାକୁ ପର୍ବ ବୋଲି ଭାବିଲେ ପରୀକ୍ଷାର ମଜା ନେଇପାରିବା
– ଜୀବନରେ ଆଗକୁ ବଢିବାକୁ ହେଲେ ଖେଳିବାର ଆବଶ୍ୟକତା
– ନଖେଳିଲେ ନିଜର ଅନ୍ତର୍ନିହିତ ପ୍ରତିଭା ବାହାରକୁ ଆସିବ ନାହିଁ
– ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ
– ଅଧିକ ଭାବିଲେ ମନରେ ଅଧିକ ଚାପ ବଢିବ
– ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଜୀବନର ଏକ ଅଂଶ ବୋଲି ଭାବନ୍ତୁ
– ଭଲ କରିବାର ବିଶ୍ୱାସ ରହିଲେ, ପରୀକ୍ଷା ଅଧିକ ସହଜ ହୋଇଯାଏ
– ସୋସିଆଲ ମିଡିଆ ଓ ମୋବାଇଲ ଗେମ୍ ବ୍ୟବହାରର ବଦଭ୍ୟାଷ ଛାଡନ୍ତୁ
– ‘ଅନ୍ଲାଇନ୍’ ଓ ‘ଅଫ୍ଲାଇନ୍’ ବଦଳରେ କିଛି ସମୟ ‘ଇନରଲାଇନ୍’ ହେବା ଜରୁରୀ
ପରୀକ୍ଷା ଦେବେ କେମିତି ?

ଶିକ୍ଷା ସଚିବଙ୍କ ଟିପ୍ସ :
– ‘ପରୀକ୍ଷା ପେ ଚର୍ଚ୍ଚା’ ପୂର୍ବରୁ ପରୀକ୍ଷାର ଅସଲ ଉଦ୍ଦେଶ୍ୟ କହିଲେ କେନ୍ଦ୍ର ଶିକ୍ଷା ସଚିବ
– ପରୀକ୍ଷାରେ ନମ୍ବର ଅପେକ୍ଷା ଜ୍ଞାନର ମୂଲ୍ୟାୟନ ଅଧିକ ଜରୁରୀ କହିଲେ ଅନିତା କରୱାଲ
– ବର୍ଷ ଶେଷ କିମ୍ବା କୋର୍ସ ଶେଷ ହେବା ପରେ ପରୀକ୍ଷା କରାଯାଇଥାଏ
– ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ, ଉଚ୍ଚ ଶିକ୍ଷା, ଚାକିରି ପାଇଁ ପରୀକ୍ଷାର ଆବଶ୍ୟକତା ରହିଛି
– ହେଲେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ଜାଣିବା ପାଇଁ ପରୀକ୍ଷା ଏକ ମାଧ୍ୟମ ହେବା ଉଚିତ
– ପରୀକ୍ଷା ପାଇଁ ପାଠ ପଢା ସହିତ ଛାତ୍ରଛାତ୍ରୀଙ୍କୁ ବିରତିର ମଧ୍ୟ ଆବଶ୍ୟକତା ରହିଛି
– ଯାହା ଦ୍ୱାରା ପିଲାମାନଙ୍କ ମାନସିକ ବିକାଶ ବୃଦ୍ଧିରେ ଅଧିକ ସହାୟକ ହୋଇଥାଏ
– ଏସୀୟ ଦେଶ ଗୁଡ଼ିକ ଶିକ୍ଷା କ୍ଷେତ୍ରରେ ୟୁରୋପୀୟ ଢାଞ୍ଚାକୁ ଆପଣାଇଥିଲେ
– ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଥର ଛାତ୍ରଛାତ୍ରୀଙ୍କୁ ସୁହାଇବା ଭଳି ବ୍ୟବସ୍ଥା ହୋଇଛି
– ପିଲାଙ୍କୁ ଚାପ ମୁକ୍ତ କରିବା ପାଇଁ ‘ଫେଲ୍’ ଶବ୍ଦକୁ ଉଠାଇ ଦେଇଛି ସିବିଏସ୍ଇ
– ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ‘ସଫଲ’ ଆଧାରରେ ମୂଲ୍ୟାୟନ ହେଉଛି
– ସଫଲ ଅର୍ଥାତ୍ ଷ୍ଟ୍ରକ୍ଚରର୍ଡ ଆସେସେମେଣ୍ଟ ଫର ଆନାଲାଇଜିଂ ଲର୍ଣ୍ଣିଂ
– ଏହି ପଦ୍ଧତିରେ ଘୋଷାପାଠର ମୂଲ୍ୟାୟନ ନକରି ଜୀବନ ଅନୁଭୂତିରୁ ଆହରଣ କରିଥିବା ଜ୍ଞାନର ମୂଲ୍ୟାୟନ ହେଉଛି
– ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବା ପାଇଁ ଶିକ୍ଷକମାନେ ନୂଆ ଢାଞ୍ଚାରେ ପ୍ରଶ୍ନପତ୍ର ତିଆରି କରୁଛନ୍ତି
– ପରୀକ୍ଷା ପଦ୍ଧତିରେ ଏଭଳି ପରିବର୍ତ୍ତନର ସୁଫଳ ମଧ୍ୟ ମିଳିବାରେ ଲାଗିଛି
– ଏନଏଏସ୍ ୨୦୧୭ ଅନୁସାରେ ଅନ୍ୟ ବୋର୍ଡ ତୁଳନାରେ ସିବିଏସ୍ଇ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି

ସୂଚନାୟୋଗ୍ୟ, କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । କରୋନା ପରେ ସ୍କୁଲ ଖୋଲିବା ଏକ ବହୁତ ବଡ ଉପଲବ୍ଧି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ।

Related Posts