ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କେବଳ ଧ୍ୟାନ ହଟାଇବା ପାଇଁ; ଦେଶରେ ମୂଲ୍ୟ ବୃଦ୍ଧି ଓ ବେକାରୀକୁ ନେଇ ଚର୍ଚ୍ଚା କରୁ ନାହାନ୍ତି କାହିଁକି: କମଲନାଥ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ଦେଶରେ ରାଜନୀତି ସରଗରମ ହୋଇ ଉଠିଛି । ଏନେଇ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ଟାର୍ଗେଟ୍ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି ଚର୍ଚ୍ଚା ଜନତାଙ୍କ ଧ୍ୟାନ ହଟାଇବା ଲାଗି ବୋଲି ସେ କହିଛନ୍ତି। ସରକାର ଯଦି ଚର୍ଚ୍ଚାରେ ଏତେ ଆଗ୍ରହୀ ଦେଶରେ ମୂଲ୍ୟ ବୃଦ୍ଧି ଓ ବେକାରୀ ନେଇ ଚର୍ଚ୍ଚା କରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହ ଜନତାକୁ ସରକାର ମୁର୍ଖ ବନେଇବାର କାର୍ୟ୍ୟକ୍ରମ ସବୁ ଚଳାଇଛନ୍ତି। ପେଟ୍ରୋଲ, ଡିଜେଲ, ଗ୍ୟାସ୍, ରେସନ,ବିହନ, ସାର, ଖାଦ୍ୟ ତେଲ ସବୁ ମହଙ୍ଗା ହୋଇଗଲାଣି। ଏଥିରେ ସରକାର ଏବେ ମଦକୁ ଶସ୍ତା କରିବାକୁ ଅଣ୍ଟା ଭିଡିବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି ବୋଲି କମଲ ନାଥ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ନେଇ ଆଲୋଚନା କରିଛନ୍ତି। ସେପଟେ ଏହି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ଟିପସ୍ ମଧ୍ୟ ଦେଇଛନ୍ତି। ଏଥିରେ ନିଜ ପାଠ ପଢ଼ା ଉପରେ ବିଶ୍ୱାସ କରିବାକୁ କହିଥିବା ବେଳେ ତୁମେମାନେ ପ୍ରଥମ ଥର ପରୀକ୍ଷା ଦେଉନ। ଏହା ପୂର୍ବରୁ ଅନେକ ପରୀକ୍ଷା ଦେଇ ଉତୀର୍ଣ୍ଣ ହେବା ପରେ ଏହି କକ୍ଷକୁ ପହଞ୍ଚିଛ ଏହି ଭାବନାରେ ଆଗାମୀ କକ୍ଷ ଓ ଉଚ୍ଚତର ଶିକ୍ଷା ଲାଗି ନିଜର ପାଦ ବଢାଅ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛତ୍ରୀ ଅନଲାଇନ ଓ ଅଫ-ଲାଇନ ମାଧ୍ୟମ ସମ୍ପର୍କରେ ପଚାରିବାକୁ ପାଠ ପଢ଼ାର ମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ନୁହେଁ ତୁମମାନଙ୍କ ମନ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts