ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି; ତେଣୁ ଦୁନିଆର କୌଣସି ବ୍ୟକ୍ତି କିମ୍ବା ଏଜେନ୍ସି ଏହାକୁ ରୋକି ପାରିବେନି: ପିନାକୀ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ସେପଟେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ବାରମ୍ବାର ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଏହା ମଧ୍ୟରେ ପୁରୀ ସାଂସଦ ଏନେଇ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଥିବା ସେ କହିଛନ୍ତି। ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି ।

ଆଗାମୀ ଦିନରେ ପୁରୀବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି। ସେହିପରି ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ କାର‌୍ୟ୍ୟ ଚାଲିଛି। ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି, ବ୍ୟକ୍ତି ବିଶେଷ ଏହି ପ୍ରକଳ୍ପ କାର‌୍ୟ୍ୟ ରୋକି ପାରିବେନି। ଏହି କାର‌୍ୟ୍ୟ ଆଇନ କି ବେଆଇନ ଭାବେ ହେଉଛି ତାହା କୋର୍ଟରେ ମାମଲା ଥିବା ବେଳେ ଏ ନେଇ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି। ପରିକ୍ରମା ପ୍ରକଳ୍ପ କାର‌୍ୟ୍ୟ ନେଇ କୌଣସି ରୋକ ନାହିଁ। ମହାପ୍ରଭୁଙ୍କ ଇଛା ଓ ପୁରୀବାସୀଙ୍କ ସହଯୋଗ ଯୋଗୁ ଏହି ପ୍ରକଳ୍ପ କାର‌୍ୟ୍ୟ ଚାଲୁ ରହିଛି ବୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି ପିନାକୀ।

Related Posts