ଆଜି ଶପଥ ନେବେ ପଂଜାବ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ମନ୍ତ୍ରୀ

ସମ୍ପ୍ରସାରଣ ହେବେ ପଂଜାବ ମୁଖ୍ୟମନ୍୍ରୀ ଭଗୱନ୍ତ ମାନ୍ ଙ୍କ ମନ୍ତ୍ରୀ । ମୁଖ୍ୟମନ୍୍ରୀ ଭାବେ ଶପଥ ନେବାର ୨ ଦିନ ପରେ ଆଜି ତାଙ୍କର କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଭଗୱନ୍ତ ମାନଙ୍କ ନେତୃତ୍ୱରେ ୧୦ ମନ୍ତ୍ରୀ ପଦ ଏବଂ ଗୋପନୀୟତାର ସହିତ ଶପଥ ନେବେ ।

ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ପଂଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିବା ପରେ ସରକାର ଗଢ଼ିଛି । ଭଗୱନ୍ତ ମାନ ଗତ ୧୬ ତାରିଖରେ ଶପଥ ଗ୍ରହଣ କରିଥିଲେ । ଆଜି ତାଙ୍କର କ୍ୟାବିନେଟଙ୍କ ପାଇଁ ଶପଥ ଗ୍ରହଣ ସମାରୋହ ଆୟୋଜନ ହେଉଛି । ମାନଙ୍କ କ୍ୟାବିନେଟରେ ଯେଉଁମାନେ ସାମିଲ ହେବେ, ସେମାନେ ସାମାଜିକ କାର୍ଯ୍ୟକର୍ତ୍ତା, ଡାକ୍ତର ଓ ଇଞ୍ଜିନିୟର ମଧ୍ୟ ଅଛନ୍ତି । ଏଥି ସହିତ ୨ ଜଣ ଚାଷୀ, ଜଣେ ବ୍ୟବସାୟୀ ଓ ୩ ଜଣ ଓକିଲ ମଧ୍ୟ ରହିବେ, ଯେଉଁମାନେ କି ପଂଜାବ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ପଂଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଥିଲା । ମୋଟ ୧୧୭ ଆସନରୁ ୯୨ଟି ଆମ ଆଦମୀ ପାର୍ଟିର ବିଧାୟକ ଜିତିଥିଲେ । କଂଗ୍ରେସକୁ ୧୮, ବିଜେପିକୁ ୨ ଓ ଅକାଳୀ ଦଳକୁ ୪ଟି ଆସନ ମିଳିଥିବା ବେଳେ ଅନ୍ୟକୁ ଗୋଟିଏ ଆସନରେ ବିଜୟ ମିଳିଥିଲା । ପଂଜାବରେ ଗତ ଫେବ୍ରୁଆରୀ ୨୦ ତାରିଖରେ ଭୋଟ ହୋଇଥିଲା । ଏହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଘୋଷଣା ହୋଇଥିଲା । ଭଗୱନ୍ତ ମାନ୍ ୫୮ ହଜାର ଭୋଟରେ ଧୁରୀ ଆସନରୁ ବିଜୟୀ ହୋଇଥିଲେ ।

Related Posts