ବିଶ୍ବବ୍ୟାପୀ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୪୨ ହଜାର ୬୮୬ ଜଣ କରୋନା ପଜିଟିଭ ଚିହ୍ନଟ

ବିଶ୍ବବ୍ୟାପୀ ପୁଣି ଉପର ମୁହା ହେଲାଣି କରୋନା ସଂକ୍ରମଣ । ପୁଣି ଥରେ ବଢ଼ୁଥିବା ସଂକ୍ରମଣ ହାର ଭୟ ସୃଷ୍ଟି କଲାଣି । ଦକ୍ଷିଣ କୋରିଆ, ଚୀନ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲି ଜର୍ମାନୀ ପ୍ରମୁଖ ଦେଶଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଭାରତରେ କରୋନା ନିୟନ୍ତ୍ରିତ ହୋଇସାରିଛି । କିନ୍ତୁ ଚୀନବାସୀଙ୍କର ପୁଣି ଥରେ ଚିନ୍ତା ବଢ଼ାଇଛି । ସାଂଘାଇ ଓ ହଙ୍ଗ୍‌କଙ୍ଗ୍‌ରେ କଟକଣା ବଢ଼ାଇ ଦିଆଯାଇଛି । ସ୍କୁଲ-କଲେଜ ବନ୍ଦ କରାଯିବା ସହିତ ଲକ୍‌ଡାଉନ୍ ଆରମ୍ଭ ହୋଇଯାଇଛି ।

ବିଶ୍ୱରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୪୨ ହଜାର ୬୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧ଲକ୍ଷ ୯୫ ହଜାର ୧୮୭ ଜଣ ସୁସ୍ଥ ହୋଇଛନ୍ତି । ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଏପର୍ଯ୍ୟନ୍ତ ୮ କୋଟି ୧୩ ଲକ୍ଷ ୮୮ ହଜାର ୧୯୪ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୫ କୋଟି ୬୯ ଲକ୍ଷ ୪୮ ହଜାର ୬୦୮ ଜଣ ସୁସ୍ଥ ହୋଇଥିଲା ବେଳେ ୯ ଲକ୍ଷ ୯୭ ହଜାର ୧୩୬ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୬ କୋଟି ୭୭ ଲକ୍ଷ ୫୯ ହଜାର ୧୫୪ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯ କୋଟି ୯୦ ଲକ୍ଷ ୪୬ ହଜାର ୯୧୧ ଜଣ ସୁସ୍ଥ ହୋଇଥିଲା ବେଳେ ୬୦ ଲକ୍ଷ ୯୩ ହଜାର ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । ୬ କୋଟି ୨୬ ଲକ୍ଷ ୧୯ ହଜାର ୧୦୦ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୬୨ ହଜାର ୭୭୯ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଆସନ୍ତୁ ଜାଣିବା କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨କୋଟି ୯୫ ଲକ୍ଷ ୭୬ ହଜାର ୩୯୭ ସଂକ୍ରମିତ, ୬ଲକ୍ଷ ୫୬ ହଜାର ୮୬୭ ମୃତ

ଫ୍ରାନ୍ସ: ୨ କୋଟି ୩୯ ଲକ୍ଷ ୫୭ ହଜାର ୭୭୩ ସଂକ୍ରମିତ, ୧ ଲକ୍ଷ ୪୦ ହଜାର ୮୪୧ ମୃତ

ୟୁକେ: ୨ କୋଟି ୯୩ ହଜାର ୭୬୨ ସଂକ୍ରମିତ, ୧ ଲକ୍ଷ ୬୩ ହଜାର ୫୧୧ ମୃତ

ଜର୍ମାନୀ: ୧ କୋଟି ୮୪ ଲକ୍ଷ ୨୪ ହଜାର ୫୭୫ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୨୮୯ ମୃତ

ଋଷିଆ: ୧ କୋଟି ୭୫ ଲକ୍ଷ ୧୮ ହଜାର ୬୯୯ ସଂକ୍ରମିତ, ୩ଲକ୍ଷ ୬୩ ହଜାର ୫୬୩ ମୃତ

ତୁର୍କୀ: ୧ କୋଟି ୪୬ ଲକ୍ଷ ୬୩ ହଜାର ୫୦୮ ସଂକ୍ରମିତ, ୯୭ ହଜାର ୭୭ ମୃତ

ଇଟାଲି: ୧ କୋଟି ୩୭ ଲକ୍ଷ ୨୪ ହଜାର୪୧୧ ସଂକ୍ରମିତ, ୧ ଲକ୍ଷ ୫୭ ହଜାର ୬୦୭ ମୃତ

ସ୍ପେନ: ୧ କୋଟି ୧୩ ଲକ୍ଷ ୨୪ ହଜାର ୬୩୭ ସଂକ୍ରମିତ, ୧ ଲକ୍ଷ ୧ ହଜାର ୭୦୩ ମୃତ

Related Posts