ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଏନଡିଏ ତଥା ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ କାହିଁକି ସମର୍ଥନ କରିବ ? କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ । ଏଇଟା ରାଷ୍ଟ୍ରପତି ନିର୍ବାଚନ । ବିଜେପି ଗୋଟେ ଦଳ । କଂଗ୍ରେସ ଗୋଟେ ଦଳ ।
ସେପଟେ ଏନଡିଏ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିଛନ୍ତି । ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଦଳ ତାଙ୍କୁ ସମର୍ଥନ କରିବ । ଦଳର ବରିଷ୍ଠ ନରସିଂହ ମିଶ୍ର ଯାହା କହିଛନ୍ତି, ଠିକ କହିଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
