ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଜଣେ ଠିକାଦାରଙ୍କ ଆତ୍ମହତ୍ୟାକୁ ନେଇ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଆତ୍ମହତ୍ୟା କରିବା ପଛରେ କେବଳ ମନ୍ତ୍ରୀ ଈଶ୍ୱରପ୍ପା ହିଁ ଦାୟୀ ବୋଲି ଠିକାଦାର ଜଣଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି । ବାସ ଏହା ପରେ ମନ୍ତ୍ରୀଙ୍କ ଇସ୍ତଫା ଦେବା ନେଇ ବିରୋଧୀ ଦାବି କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଈଶ୍ୱରପ୍ପା । ତେବେ ଇସ୍ତଫା ଦେବାର ପ୍ରଶ୍ନ ଉଠୁ ନାହିଁ। ସନ୍ତୋଷ ପାଟିଲଙ୍କ ବିରୋଧରେ ମୁଁ ଯେଉଁ ମାନହାନୀ ମକଦ୍ଦମ ରୁଜୁ କରିଛି ତାର ପରିଣାମ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ମୁଁ ସଫା ସଫା କହିବାକୁ ଚାହେଁ ଯେ କେଉଁଠି ବି ମୋର ଭୁଲ ନାହିଁ।” ପୁଲିସର ସୂଚନା ଅନୁସାରେ ପାଟିଲ୍ଙ୍କ ମୃତଦେହ ଘରୋଇ ଲଜର ଏକ ରୁମ୍ରୁ ଉଦ୍ଧାର କରାଯାଇଛି। ପାଟିଲ୍ଙ୍କ ରୁମ୍କୁ ଲାଗି ତାଙ୍କ ସାଙ୍ଗରେ ଏକ ରୁମ୍ ରହିଛି।
ଅଭିଯୋଗ ଅନୁସରେ ପାଟିଲ୍ ଆତ୍ମହତ୍ୟା କରିବା ପୂର୍ବରୁ କିଛି ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇଥିଲେ। ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି ପାଟିଲ୍ କହିଥିଲେ। ଅନ୍ୟପଟେ ମନ୍ତ୍ରୀଙ୍କ କହିବା କଥା ହେଲା ଯେ ସେ ସନ୍ତୋଷଙ୍କୁ ଜାଣନ୍ତି ନାହିଁ। ସନ୍ତୋଷଙ୍କ ଅଭିଯୋଗ ପରେ ମନ୍ତ୍ରୀ ରାଜ୍ୟ ଆର୍ଡିପିଆର୍କୁ ଚିଠି ଲେଖି ଏହାର ଉତ୍ତର ରଖିଛନ୍ତି। ସେ ଚିଠିରେ ଲେଖିଛନ୍ତି “ସଫା କଥା ହେଲା ଯେ ମୋର କୌଣସି ଭୁଲ୍ ନାହିଁ। ମୁଁ ତାଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା ରଜୁ କରିବା ପରେ ତାଙ୍କୁ ଏକ ନୋଟିସ୍ ଯାଇଥିଲା। ଏବେ ମୁଁ ଶୁଣିବାକୁ ପାଉଛି ଯେ ସେ ଆତ୍ମହତ୍ୟା କରିଛନ୍ତି। ଏହାଛଡ଼ା ସନ୍ତୋଷଙ୍କ ବିଷୟରେ ମୁଁ ଆଉ କିଛି ଜାଣି ନାହିଁ ବୋଲି ଈଶ୍ୱରପ୍ପା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।