ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପକୁ ବଡ଼ ଝଟକା । ବିଜେପି ଛାଡ଼ି ଆପରେ ମିଶିଲେ ବରିଷ୍ଠ ବିଜେପି ନେତା ହାର୍ମେଲ ଧିମନ । ତେବେ ବିଜେପିର ଏସ୍ସି ମୋର୍ଚ୍ଚାର ଜାତୀୟ କାର୍ୟ୍ୟକାରିଣୀ ସଦସ୍ୟ ହାର୍ମେଲ ଧିମନ ତାଙ୍କ ସମର୍ଥକମାନଙ୍କ ସହିତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଆମ୍ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଧିମନଙ୍କ ସହିତ ହିମାଚଳ ପ୍ରଦେଶର ଦୁଇଜଣ ବିଜେପି ନେତା ଦେବରାଜ ପାୱାର ଜଗଦୀଶ ପାୱାର ମଧ୍ୟ ବିଜେପି ଛାଡ଼ି ଆପ୍ରେ ଯୋଗ ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଆମ୍ ଆଦ୍ମି ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ହିମାଚଳ ପ୍ରଦେଶରେ ଧାମନଜି ଜଣେ ଜଣାଶୁଣା ଚେହେରା, ବିଜେପି ନୀତିରେ ଅସନ୍ତୁଷ୍ଟ ହୋଇ ସେ ଆମ ଆଦମି ପାର୍ଟିରେ ଆଜି ଯୋଗ ଦେଇଛନ୍ତି।
ସେ ଗତ ୩୦ବର୍ଷ ହେଲା ବିଜେପିରେ ସକ୍ରିୟ ଭାବେ ଯଡ଼ିତ ରହିବା ସହିତ କାର୍ୟ୍ୟ କରିବା ସହିତ ବିଜେପିର ଏସ୍ସି ମୋର୍ଚ୍ଚାର ଜାତୀୟ କାର୍ୟ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ’’। ସେ ଆହୁରି କହିଛନ୍ତି ଧିମନଜି ମଧ୍ୟ ହିମାଚଳପ୍ରଦେଶ ବିଜେପିର ପ୍ରଦେଶ ଏସସି ମୋର୍ଚ୍ଚାରେ ଦୁଇଥିର ଉପସଭାପତି ଥିଲେ। “ଅତି କମ୍ରେ ଏକ ହଜାର ଲୋକ ଖୁବ ଶୀଘ୍ର ବିଜେପି ଛାଡ଼ି ଆମ୍ ଆଦ୍ମି ପାର୍ଟିରେ ଯୋଗ ଦେବେ ଓ ମୁଁ ଖୁବ ଶୀଘ୍ର ଏହି ମିଶ୍ରଣ ପର୍ବରେ କଶୌଲିରେ ଯୋଗ ଦେବି’’। ଅନ୍ୟପଟେ ସତ୍ୟେନ୍ଦ୍ର ଜୈନ ହିମାଚଳ ପ୍ରଦେଶରେ ଆମ ଆଦମି ପାର୍ଟିର ରାଜନୈତିକ ପ୍ରଭାରି ଅଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ଦଳ ବର୍ତ୍ତମାନ ଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏପରି ସ୍ଥିତିରେ ଦଳର ବରିଷ୍ଠ ନେତା ଇସ୍ତଫା ଦେବା ବିଜେପିକୁ ଚିନ୍ତାରେ ପକାଇଛି ।





