ଗଣଦୁଷ୍କର୍ମ ପୀଡିତାଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଭାବୁକ ପୂର୍ଣ୍ଣ ଚିଠି: ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା…

ନୂଆଦିଲ୍ଲୀ : ମୁଁ ଜଣେ ଜଣେ ଗଣଦୁଷ୍କର୍ମ ପୀଡିତା। ମୁଁ ଗତ ସାତ ବର୍ଷ ହେବ ନ୍ୟାୟ ପାଇଁ ଲଢେଇ କରୁଛି। ନ୍ୟାୟ ପାଇବା ଆଶାରେ ପୋଲିସ ନିକଟକୁ ଗଲି, ସରକାରଙ୍କ ନିକଟରେ ଗୁହାରି କଲି, କୋର୍ଟର ଦ୍ଵାରସ୍ଥ ହେଲି। ତଥାପି ମୋତେ ନ୍ୟାୟ ମିଳିଲା ନାହିଁ। ଏହି ଘଟଣାକୁ ଦୀର୍ଘ 7 ବର୍ଷ ବିତିଯାଇଥିଲେ ମଧ୍ୟ ମୋତେ ନ୍ୟାୟ ମିଲିପରିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଦୟା କରି ମୋତେ ଭାରତରେ ଆଶ୍ରୟ ଏବଂ ସୁରକ୍ଷା ଦିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏମିତି ଭାବୁକ ଅପିଲ୍ କରିଛନ୍ତି ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ଜଣେ ଗଣଦୁଷ୍କର୍ମ ପୀଡିତା।

ଏକ ଭିଡିଓ ସନ୍ଦେଶ ଜାରି କରି ପୀଡିତା ପ୍ରଧାମନନ୍ତ୍ରୀଙ୍କୁ ଭାରତରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ପିଓକେର ସ୍ଥାନୀୟ ନେତା ଚୌଧୁରୀ ତାରିକ ଫାରୁକ ଏବଂ ସ୍ଥାନୀୟ ପୋଲିସ ତାଙ୍କୁ ଏବଂ ତାଙ୍କ ପିଲାଙ୍କୁ ମାରି ଦେବେ ବୋଲି ସେ କହିଛନ୍ତି। ତେଣୁ ମୁଁ ଅପିଲ୍ କରୁଛି ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଏବଂ ମୋ ପିଲାମାନଙ୍କୁ ଭାରତ ଆସିବାକୁ ଅନୁମତି ପ୍ରଦାନ କରନ୍ତୁ। ସେ କହିଛନ୍ତି, ମୋ ପିଲାଙ୍କ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି। ପୀଡିତା ୨୦୧୫ରେ ତାଙ୍କ ସହିତ ଘଟିଥିବା ଏହି ଅମାନବୀୟ କାଣ୍ଡରେ ସାମିଲ୍ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦେବାକୁ ଦାବି କରିଛନ୍ତି।

ପୀଡିତା ହାରୁନ ରଶିଦ, ମମୁନ ରଶିଦ, ଜମିଲ ଶଫି, ଓ୍ଵକାସ ଅଶ୍ରଫ, ସନମ ହାରୁନ ଏବଂ ତିନି ଅନ୍ୟଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। ସେ ପାକିସ୍ତାନ ଅଧିକୃତ କାଶ୍ମୀରର ମୁଖ୍ୟ ବିଚାରପତିଙ୍କ ସହିତ ଅନେକ ଅଧିକାରୀଙ୍କୁ ନ୍ୟାୟ ପାଇଁ ଚିଠି ମଧ୍ୟ ଲେଖିଛନ୍ତି। ହେଲେ ତାଙ୍କୁ କେବଳ ନିରାଶ ହେବାକୁ ପଡିଛି। ତାଙ୍କୁ କେବଳ ଅପମାନଜନକ ପ୍ରତିକ୍ରିୟା ମିଳିଛି ବୋଲି ସେ କହିଛନ୍ତି। ସମସ୍ତ ଙ୍କୁ କହିବା ପରେ ମଧ୍ୟ ମୋତେ କୋଉଠୁ ବି କିଛି ସହାୟତା ମିଳିନାହିଁ ।

Related Posts