ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୩ ଦିନିଆ ଗୁଜୁରାଟ ଗୃର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ । ତେବେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧିନଗର, ବନାସ୍କାନ୍ତ, ଜାମନଗର ଏବଂ ଦାହୋଡରେ କାର୍ୟ୍ୟକ୍ରମରେ ଯୋଗଦେବେ । ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ ମଧ୍ୟ ତିନି ଦିନିଆ ଗସ୍ତରେ ଆସିବେ ବୋଲି ସୂଚନା ମିିଳିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ ପୂର୍ବରୁ ବରୋଦରାରେ ହିଂସାକାଣ୍ଡ ଘଟିଥିବାର କଥା ସାମ୍ନାକୁ ଆସିଛି । ତେବେ ଗୁଜୁରାଟର ବରୋଦରାରେ ରାଓପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । କୁହାଯାଉଛି ଯେ ଦୁଇଟି ମୋଟର ସାଇକେଲ ଧକ୍କା ହୋଇଥିଲା । ଯେଉଁ କାରଣରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ତେବେ ଏହି ସାମାନ୍ୟ ଘଟଣା ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟକୁ ପଥର ଫିଙ୍ଗିଥିବା ଅଭିଯୋଗ କରିଛନ୍ତି ।
ଏହି ହିଂସାରେ ୪ ଜଣ ଆହତ ହୋଇଥିଲେ । ୧୦୦ରୁ ଅଧିକ ଗାଡି ଓ ଲରିକୁ ଭଙ୍ଗାରୁଜା କରାଯାଇଛି । ଘଟଣା ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରିଛି । ବର୍ତ୍ତମାନ ସେଠାରେ ପରିବେଶ ଶାନ୍ତ ରହିଛି । ବରୋଦରା ପୋଲିସ କମିଶନର ଶ୍ୟାମହର ସିଂ କହିଛନ୍ତି, ରାଓପୁର ଅଞ୍ଚଳରେ ଦୁର୍ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ବର୍ତ୍ତମାନ ପରିସ୍ଥିତି ଆୟତ୍ୱ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।