ଫୁଲୁଛି ମହାନଦୀ, ବଢୁଛି ହୀରାକୁଦର ଜଳସ୍ତର; ହୀରାକୁଦର ଅଧିକ ଗେଟ ଖୋଲିବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ବାତ୍ୟା ପାଇଁ ତଳିଆ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫୁଲୁଛି ମହାନଦୀ, ବଢୁଛି ହୀରାକୁଦର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା । ଆଜି ସକାଳ ୬ଟାରୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୫୬ ହଜାର ୨୦୭ ଘନଫୁଟ ବନ୍ୟାଜଳ । ସେପଟେ ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୭ ଘନଫୁଟ ବନ୍ୟାଜଳ ।ତେଣୁ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ ଖୋଲିବାର ସମ୍ଭାବନା ଥିବାରୁ ତଳିଆ ଜିଲ୍ଲାଙ୍କୁ ଆଲର୍ଟ କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀର ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ସଜାଗ ରହିବାକୁ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଥିବା ଜଣା ପଡ଼ିଛି।

ସେପଟେ କଟକ ମୁଣ୍ଡୁଳିରେ ଧୀରେ ଧୀରେ ଅତିକ୍ରମ କରୁଛି ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ । ମୁଣ୍ଡୁଳିରେ ଏବେ ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜରେ ୬୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉ ଥିବା ବେଳେ ଯୋବ୍ରାରେ ୧ ଲକ୍ଷ ୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Related Posts