ଘୁଞ୍ଚିଲା ଜେଇଇ ମେନ ସେସନ-୨ ପରୀକ୍ଷା, ୨୧ ବଦଳରେ ଜୁଲାଇ ୨୫ ତାରିଖରେ ପରୀକ୍ଷା ହେବନେଇ ସୂଚନା ଦେଲା ଏନଟିଏ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ସେସନ-୨କୁ ସ୍ଥଗିତ କରାଯାଇଛି । ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ଏନଟିଏ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ଆସନ୍ତା ଜୁଲାଇ ୨୧ ତାରିଖରେ ଜେଇଇ ମେନ୍ ସେସନ-୨ ପରୀକ୍ଷା ହେବାର ଥିଲା ।ମାତ୍ର ଏବେ ତାହା ପରିବର୍ତ୍ତନ ହୋଇ ଆସନ୍ତା ଜୁଲାଇ ୨୫ ତାରିଖରେ ହେବାନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦେଇ କୁହାଯାଇଛି ।

Related Posts