ବିଜେପିର ୨ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି, ମୋହନ୍ ମାଝିଙ୍କୁ ଜବାବ୍ ଦେଲେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ୨ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା ଅଭିଯୋଗରେ ମୁହଁ ଖୋଲିଛି କଂଗ୍ରେସ । ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ବିଜେପିର ୨ ବିଧାୟକ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । ଆମର ଯିଏ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି ସେ ଖୋଲାଖୋଲି କହିଛନ୍ତି । ସେମାନଙ୍କ ପରି ଲୁଚାଛପା ଭୋଟ ଦେଇନାହାନ୍ତି।ଆସନ୍ତାକାଲି ଏସବୁ ସ୍ପଷ୍ଟ ହୋଇଯିବ ବୋଲି ତାରା କହିଛନ୍ତି ।ସେପଟେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ମୋର ଭୋଟ ସୂର୍ଯ୍ୟଚନ୍ଦ୍ର ବି ବଦଳାଇପାରିବେନି । ୯ରୁ ୮ କଂଗ୍ରେସ ବିଧାୟକ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ।

ସୂଚନା ଅନୁସାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ୍ ମାଝୀ ଆଜି କହିଥିଲେ ଯେ କେବଳ ଜଣେ ନୁହଁ ୨ ଜଣ କଂଗ୍ରେସ ବିଧାୟକ ଦ୍ରୌପଦୀ ଙ୍କୁ ଭୋଟ ଦେଇଛନ୍ତି। ଏହାପରେ କଂଗ୍ରେସ ବିଧାୟକଙ୍କ ଏପରି ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Related Posts