କମିଶନରେଟ୍ ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କମିଶନରେଟ୍ ପୋଲିସ କବ୍‌ଜାରେ ଡକାୟତି ଗ୍ୟାଙ୍ଗ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଖବର ଅନୁଯାୟୀ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗ ଡକାୟତି କରୁଥିଲେ । ରାତି ଅଧିଆ ଘରେ ପଶି ହାତ ଗୋଡ଼ ବାନ୍ଧି କରୁଥିଲେ ଡକାୟତି ।

ଲୁଟେରାଙ୍କ ନାଁର ଖଣ୍ଡଗିରି, ନୟାପଲ୍ଲୀ , ଧଉଳି ଥାନାରେ ଅନେକ ମାମଲା ରହିଛି । ଶେଷରେ ଏବେ ପୋଲିସ ହାତରେ ଧରାପଡିଛନ୍ତି ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଟଙ୍କା, ମୋବାଇଲ୍ ଜବତ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts