କମିଶନରେଟ ପୋଲିସ ପଞ୍ଝାରେ ଡକାୟତି ଗ୍ୟାଙ୍ଗ; ୩ ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ଡକାୟତି ଗ୍ୟାଙ୍ଗ । ତିନି ଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ ମଧ୍ୟ କରିଛି । ସେହିପରି ଡକାୟତଙ୍କ ନିକଟରୁ ସୁନା ଗହଣା କିଣିବା ଅଭିଯୋଗରେ ତିନି ବଣିଆ ମଧ୍ୟ ଗିରଫ ହୋଇଛନ୍ତି । ଏନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ଅନେକ ଦିନ ହେବ ବିଭିନ୍ନ ସ୍ଥାନରେ ଚୋରି -ଡକାୟତି ଘଟଣାରେ ସାମିଲ ଥିଲେ ଏହି ଗ୍ୟାଙ୍ଗ । ଏନେଇ କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ କିଛି ଦିନ ହେଲା ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲେ । ଶେଷରେ ଗୁରୁବାର ଦିନ ତିନି ଜଣ ଡକାୟତଙ୍କୁ ଗିରଫ କରିଛି କମିଶନ୍‌ରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା-ଅଳଙ୍କାର ଜବତ ମଧ୍ୟ କରିଛି ପୋଲିସ ।

Related Posts