
ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ବଲଙ୍ଗୀର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ନେଇ ଜିଲାପାଳ ଘୋଷଣା କରିଛନ୍ତି।
ଏହି ସମୟରେ ଜିଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ । ମେଡିକାଲ, ଜଳାଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ ରହିବ। ଏହାଛଡ଼ା ମାଲବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ, ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି ।