ବେଙ୍ଗାଲୁରୁ ସ୍ଥିତି ନିୟନ୍ତ୍ରଣ ବାହାରେ; ୟେଡ୍ଡୁରେପା


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ପ୍ରକୋପରେ ବେଙ୍ଗାଲୁରୁରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି .ଏସ୍ ୟେଡ୍ଡୁରେପା ଶୁକ୍ରବାର ଦିନ କହିଛନ୍ତି ବେଙ୍ଗାଲୁର ରେ COVID-19 ର ଦିନିକିଆ ମୃତ୍ୟୁହାର ବୃଦ୍ଧି ଘଟି ୧୨୪ ରେ ପହଞ୍ଚିଛି ।ଏବଂ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବେଙ୍ଗାଲୁରୁ ରେ ଗୋଟିଏ ଦିନରେ ୧୬, ୬୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୟେଡ୍ଡୁରେପା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଛନ୍ତି । ଏବଂ ଆଇସିୟୁ , ଭେଣ୍ଟିଲେଟର ଓ ବେଡରେ ୧୦ ଗୁଣ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts