ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଭାଗ ନେଇଥିବା ୨୮୨ ଜଣ ଭାରତୀୟ ସୈନିକଙ୍କ କଙ୍କାଳ ପଞ୍ଜାବର ଅମୃତସର ନିକଟରେ ଖନନ ସମୟରେ ମିଳିଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ ବିଶ୍ୱବିଦ୍ୟାଳୟର ଡେପୁଟି ଆନ୍ଥ୍ରୋପୋଲୋଜି ସହକାରୀ ପ୍ରଫେସର ଡକ୍ଟର ଜେ.ଏସ. ଶେରାୱତ । ତେବେ ଅମୃତସର ନିକଟ ଅଜନାଳାଠାରେ ମାଟି ଖନନ ବେଳେ ଏକ କୂଅରୁ ନରକଙ୍କାଳ ଠାବ ହୋଇଥିଲା । ଏହା ୧୮୭୫ ବିଦ୍ରୋହରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କ କଙ୍କାଳ ବୋଲି ପ୍ରଫେସର ଡକ୍ଟର ଜେ.ଏସ. ଶେରାୱତ ଦର୍ଶାଇଛନ୍ତି ।
ସେପଟେ ଏହି ସୈନିକମାନେ ଘୁଷୁରି ଏବଂ ଗୋମାଂସ ତେଲଯୁକ୍ତ କାର୍ଟ୍ରିଜ୍ ବ୍ୟବହାର ବିରୁଦ୍ଧରେ ବିଦ୍ରୋହ କରୁଥିଲେ। ୧୮୫୭ ବିଦ୍ରୋହକୁ କେତେକ ଐତିହାସିକ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ବୋଲି କହିଥିଲେ। ଏହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ବ୍ରିଟିଶ ସରକାର ଶତାଧିକ ସୈନ୍ୟଙ୍କୁ ହତ୍ୟା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
