ନିଜର ସୁଧାର କରିବା ପାଇଁ କଂଗ୍ରେସ ପାଖରେ ପୂର୍ଣ୍ଣ ସାମର୍ଥ୍ୟ ଏବଂ ଦକ୍ଷ ନେତୃତ୍ୱ ରହିଛି: ଭୁପିନ୍ଦର ସିଂ ହୁଡ୍ଡା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ କଂଗ୍ରେସ ପୁଣିଥରେ ଶକ୍ତିଶାଳୀ ଦଳ ହେବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛି । କେତେବେଳେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଥିବାର ବେଳେ ଆଉ କେତେବେଳେ ଚିନ୍ତନ ଶିବିର କରିବାରେ ଲାଗିଛି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡ୍ଡା କହିଛନ୍ତି ଯେ ନିଜର ସୁଧାର କରିବା ପାଇଁ କଂଗ୍ରେସ ପାଖରେ ପୂର୍ଣ୍ଣ ସାମର୍ଥ୍ୟ ଏବଂ ଦକ୍ଷ ନେତୃତ୍ୱ ରହିଛି। ସେପଟେ ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ସମ୍ପର୍କ ଛିନ୍ନ ହେବା ପରେ ପୂର୍ବତନ ହରିୟାଣା ସିଏମ କହିଛନ୍ତି ଯେ ମେ ୧୩-୧୫ ରୁ ଉଦୟପୁରରେ ଅନୁଷ୍ଠିତ ହେବାକୁ ଥିବା ଚିନ୍ତନ ଶିବରରେ ପାର୍ଟିର ସମସ୍ତ ସମସ୍ୟାର ସମାଧାନ ହେବ। ସେ କହିଛନ୍ତି ଯେ ସଂସଦୀୟ ବୋର୍ଡ କଂଗ୍ରେସରେ ପୂର୍ବରୁ ରହିଆସିଛି । କିନ୍ତୁ ଚିନ୍ତନ ଶିବରରେ ଏହା ଆଲୋଚନା ହେବ ନାହିଁ କାରଣ ସଂଗଠନର ଚୟନ ପ୍ରକ୍ରିୟା ଚାଲିଛି ଏବଂ ନିର୍ବାଚନ ପରେ ଏଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଛନ୍ତି ।

ଅନ୍ୟପଟେ କଂଗ୍ରେସରେ ପରିବର୍ତ୍ତନ ଆଣିବାକୁ ଦାବି କରି ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ୨୩ ନେତାଙ୍କ ମଧ୍ୟରେ ହୁଡ୍ଡା ମଧ୍ୟ ଥିଲେ। ସେପଟେ ମେ ୧୩-୧୫ ରେ ଉଦୟପୁରରେ କଂଗ୍ରେସର ନବସଙ୍କଳ୍ପ ଚିନ୍ତନ ଶିବୀର ଆୟୋଜନ କରାଯାଉଛି। କେବଳ ଏତିକି ନୁହେଁ ବରଂ ଜି୨୩ ଦ୍ୱାରା ଉଠାଯାଇଥିବା ସମସ୍ୟାକୁ ନେଇ ମଧ୍ୟ ହୁଡ୍ଡା ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ହୁଡା କହିଛନ୍ତି ଯେ ‘ଗଣମାଧ୍ୟମ’ ଦ୍ୱାରା ‘ଜି୨୩’ ର ସଂଜ୍ଞା ଦିଆଯାଇଛି । ଆମର କିଛି ବରିଷ୍ଠ କଂଗ୍ରେସ କର୍ମୀ ମତ ରଖିଥିଲେ ଯେ କିଛି ପଦକ୍ଷେପ ଦଳକୁ ମଜବୁତ କରିପାରିବ, ଆପଣ ଏହି ପଦକ୍ଷେପ ନେବା ଉଚିତ୍।

ଆମେ ଏ ବିଷୟରେ ଲେଖିଛୁ । କିଛି ପଦକ୍ଷେପ ମଧ୍ୟ ନିଆଯାଇଛି । ଏହା କାହାର ବିରୋଧୀ ନୁହେଁ, ଆମେ ଦଳର ସପକ୍ଷରେ ଅଛୁ। “ଆମେ ନେତୃତ୍ୱ ବିଷୟରେ ଆଲୋଚନା କରିନାହୁଁ। ଦଳ କିପରି ମଜବୁତ ହେବ ଆମେ କେବଳ କହିଛୁ ବୋଲି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ୍ଡା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts