ବର୍ଷା ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଏସଆରସିଙ୍କ ନିର୍ଦ୍ଦେଶ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପ୍ରବଳ ବର୍ଷାରେ ରାଜ୍ୟ ତମାମ ଜନ ଜୀବନ ଅସ୍ତବ୍ୟସ୍ତ। ଏପଟେ ଅନେକ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ରହିଛି। ଫଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବାର ସୂଚନା ମିଳିଛି। ଆଜି ଦିନ ୧୧ଟାରେ ଏହି ବୈଠକ ହେବାର ସମ୍ଭାବନା ରହିଛି। ଏପଟେ ବର୍ଷାବିତ୍ପାତକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ଏହା ସହ ଖାଦ୍ୟ ଯୋଗାଣ ଓ ସ୍ଥାନାନ୍ତରଣ ଉପରେ ଗରୁତ୍ବ ଦେଇଛନ୍ତି ଏସଆରସି ।

ସେ କହିଛନ୍ତି, ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନଜରରେ ରଖି ତଳୁଆ ଅଞ୍ଚଳରେ ଅଧିକ ଜଳ ରହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଯଦି ଗାଁ ଏବଂ ଘର ଭିତରେ ଜଳ ପ୍ରବେଶ କରିବାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି। ଯଦି କୌଣସି ସ୍ଥାନରେ ପ୍ରଭାବିତ ଲୋକଙ୍କ ଥଇଥାନର ଆବଶ୍ୟକତା ଥାଏ, ତେବେ ସେହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରାବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ରିଲିଫ୍ କୋଡ୍ ଅନୁଯାୟୀ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ ଯୋଗାଇ ଦିଆଯିବ। ଯୋଗାଯୋଗ ସଡ଼କ ଗୁଡ଼ିକର ଯେପରି କୌଣସି କ୍ଷତି ନ ହୁଏ ବା ହେଲେ ଶୀଘ୍ର ଯୋଗାଯୋଗକୁ ପ୍ରଭାବିତ ନ କରିବା ପାଇଁ ସମାନ ଭାବରେ ପୁନଃ ମରାମତି ତତକ୍ଷଣାତ୍ କରାଯିବାକୁ କୁହାଯାଇଛି।

Related Posts