ଆଜି ରାଜ୍ୟ ମନ୍ତ୍ରୀପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ ମନ୍ତ୍ରୀପରିଷଦ ଓ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୧ଟା ୩୦ରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ପରେ ଆସନ୍ତା ଆର୍ଥିବ ବର୍ଷ ପାଇଁ ବଜେଟକୁ ମୋହର ମରାଯିବ । ମନ୍ତ୍ରୀପରିଷଦ ବୈଠକ ପରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ବଜେଟ୍‌କୁ ଅନୁମୋଦନ ସହ ୨୭ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ବିପୁଳ ସଂଖ୍ୟାରେ ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍‌ ବୈଠକ । ଯାହା ଏବେ ସରକାରଂକ ପାଇଁ ବେଶ୍ ଗୁରୁତ୍ଵ ପୂର୍ଣ୍ଣ । ଏବେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି । ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ୍‌ ଉପସ୍ଥାପନ ହେବ।

Related Posts