ବନ୍ୟା ପରିଚାଳନା ପାଇଁ ୬ଜଣ ଆଇଏଏସ ଅଧିକାରୀଙ୍କୁ ୬ ଜିଲ୍ଲାପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଲଘୁଚାପ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ଲଗାଣ ବର୍ଷା ପରେ ବର୍ତ୍ତମାନ ରାଜ୍ୟରେ କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ବର୍ତ୍ତମାନ ବନ୍ୟା ସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବନ୍ୟା ପରିଚାଳନା ପାଇଁ ୬ଜଣ IAS ଅଧିକାରୀଙ୍କୁ ୬ ଜିଲ୍ଲାପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ପ୍ରଭାବିତ ହୋଇଥିବା ୬ ଜିଲ୍ଲାରେ ବନ୍ୟା ସ୍ଥିତି ଓ ପରିଚାଳନା ପାଇଁ ୬ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ, କଟକ ଜିଲ୍ଲା ପାଇଁ ବି.କେ ସିଂହଙ୍କୁ ଦାୟିତ୍ୱ , କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ , ଭଦ୍ରକ ଜିଲ୍ଲା ପାଇଁ ବିଷ୍ଣୁପ୍ରସାଦ ସେଠୀ, ପୁରୀ ଜିଲ୍ଲା ପାଇଁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କୁ ଦାୟିତ୍ୱ , ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲା ପାଇଁ ଭି.ଭି ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି ।

Related Posts