
ସଙ୍କଟରେ ଏବେ ଶ୍ରୀମନ୍ଦିରର ସୁରକ୍ଷା କରିଡର ଭୂମିହରା । ଜମି ଓ ଜୀବିକା ହରାଇଥିବା ହଜାର ହଜାର ପୁରୀ ନିବାସୀ ଆଶଙ୍କା ଓ ଅନିଶ୍ଚିତତାରେ । ବଗଲା ଧର୍ମଶାଳା ଜମି କେଳଙ୍କାରୀର ଚେର ଖୋଳୁଖୋଳୁ ସୁରକ୍ଷା କରିଡରର ସମଗ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ଓ ଏହାର ଚେର ଏବେ ପ୍ରଶାସନର ସର୍ବୋଚ୍ଚ କର୍ତାଙ୍କର ଦପ୍ତର ଯାଏ ଲମ୍ବି ଥିବାର ପ୍ରମାଣ ବାହାରିଲାଣି । ଭୂମି ଅଧିଗ୍ରହଣ ଓ ପୂର୍ନବାସ ଆଇନ ୨୦୧୩ର ଖୋଲା ଉଲଂଘନ ଜଣାପଡିବା ପରେ ଆଶଙ୍କା ଓ ଅନିଶ୍ଚିତତାରେ ପୁରୀର ଏବେ ଶତାଧିକ ଭୂମିହରା ପରିବାର ।
ଗୁରୁତ୍ୱପୂର୍ଣ୍ଣ କଥାହେଲା ମୁଖ୍ୟମନ୍ତ୍ରୀ ଯେଉଁ ଦୁଇଜଣ ଅମଲାଙ୍କୁ ନିଜର ସବୁଠାରୁ ବିଶ୍ୱସ୍ତ ଓ ବଳବାନ ଭାବି ବଡଦାଣ୍ଡରେ ବାମ ଓ ଡାହାଣ ପାଖରେ ଛିଢାକରାଇ ପୁରୀବାସୀଙ୍କୁ ଉଚ୍ଚିତ ନ୍ୟାୟ ଓ ପ୍ରାପ୍ୟର ଭରଷା ଦେଇଥିଲେ ଏଭଳି ଘୋର ସଙ୍କଟ ସମୟରେ ଏହି ତ୍ରୀମୁର୍ତୀ ଏବେ ଗାଏବ୍ । ବଡଦାଣ୍ଡରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ନକ୍ସା ଉନ୍ମୋଚନ ଉତ୍ସବର ଦୃଶ୍ୟ ପୁରୀବାସୀଙ୍କ ମନରେ ଏଭଳି ବିଶ୍ୱାସ ଜନ୍ମାଇଥିଲାଯେ ବିନା ହିଂସା ଓ ପ୍ରତିବାଦରେ ପୁରୀବାସୀ ଜମି ଦେବାକୁ ସେତବେଳେ ସହଜରେ ରାଜି ହୋଇଯାଇଥିଲେ । ଉତ୍ସବ ପ୍ୟାଣ୍ଡାଲରେ ନବୀନ ବାବୁ ନିଜର ଦୁଇ ବିଶ୍ୱସ୍ତ ଅମଲା ସହେଯାଗୀଙ୍କୁ ପାଖରେ ରଖିବା ପାଇଁ ସେଦିନ ସମସ୍ତ ସୈାଜନ୍ୟତା ଆଉ ସରକାରୀ ପ୍ରତିବନନ୍ଧକକୁ ଟାଳି ଦେଇଥିଲେ ।
ଶ୍ରୀମନ୍ଦିରର ପରଚାଳନା ଯେଉଁ ବିଭାଗ ଅଧିନରେ ଆସୁଛି ବିଶେଷକରି ଆଇନ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଡକାଗଲା ନାହିଁ । ଏଥିସହ ରାଜସ୍ୱ ବିଭାଗ ମନ୍ତ୍ରୀ ସୁଦାମ ମରାଣ୍ଡିଙ୍କ ମଧ୍ୟ ବହୁ ଦୁରରେ ରଖାଗଲା । କିନ୍ତୁ ପାଖରେ ରହିଲେ ୫ଟି ଇନଚାର୍ଜ ଭି.କେ ପାଣ୍ଡିଆନ ଏବଂ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କିଶନ କୁମାର । ଏହା ଠିକ୍ ୭୦ ଦଶକର ବଳିଉଡ ବ୍ଲକ ବ୍ଳଷ୍ଟର ଶୋଲେ ଚଳଚିତ୍ରର ସଂଜିବ କୁମାର ଅଭିନୀତ ଠାକୁର ଏବଂ ଅମିତାଭ ଓ ଧର୍ମନ୍ଦ୍ରେ ଅଭିନୀତ ଜୟ ଏବଁ ବୀରୁ ଚରିତ୍ରକୁ ମନେ ପାକାଇ ଦେଉଛି । ନବୀନ ବାବୁ ଲୋକଙ୍କ ମନରେ ଏଭଳି ଭାବନା ସୃଷ୍ଠି କଲେକି, ମୁଁ ଏବଂ ମୋର ଦୁଇ ସହଯୋଗୀ ବୀରୁ ଓ ଜୟ ଅଛନ୍ତି ମାନେ ସବୁକିଛି ଅଇନ ଅନୁଯାୟୀ ହେବ । କିନ୍ତୁ ବଗଲା ଧର୍ମଶାଳା ବିବାଦ ପରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ଜଣାପଡିଲା ଯେ ସରକାର ଲୋକଙ୍କ ସହ ପ୍ରତାରଣା କରିଛନ୍ତି । ଅଇନତଃ ଜମି ଅଧିଗ୍ରହଣ ନକରି ଲୋକଙ୍କ ଠାରୁ ଜମି କିଣାବିକା କରିଛନ୍ତି । ଆଇନକୁ ଦେଖିଲେ ସୁରକ୍ଷା କରିଡର ଭୂମି ଅଧିଗ୍ରହଣ ପ୍ରସଙ୍ଗରେ ପ୍ରଶାସନ କେବଳ ଧାରା ୪(କ) ଅନୁଯାୟୀ କେବଳ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା ସୋସିଆଲ ଇମ୍ପାକ୍ଟ ଆସସେମେଂଟଣ୍ଟ ବିଜ୍ଞପ୍ତିଟିଏ ଜାରୀ କରି ଦେଇଛନ୍ତିି ।
ଏପରିକି ଭୂମି ଅଧିଗ୍ରହଣ ପାଇଁ ଆବଶ୍ୟକ ଧାରା ୧୧(କ) ଅନୁଯାୟୀ ପ୍ରାଥମିକ ଭୂମି ଅଧିଗ୍ରହଣ ବିଜ୍ଞପ୍ତି ମଧ୍ୟ ଜାରୀ କରିନାହାନ୍ତି । ଭୂମି ଅଧିଗ୍ରହଣ ଆଇନ କହୁଛି ଯେ ଅଧିଗ୍ରହଣ ସମ୍ବନ୍ଧିିତ ସମସ୍ତ ଧାରା ମୁତାବକ ପ୍ରକ୍ରିୟାକୁ କାର୍ଯ୍ୟକାରୀ ନକରି ଯଦି ସରକାର କୌଣସି ବ୍ୟକ୍ତିଠାରୁ ଜମି ନିଅନ୍ତି ବା ସମ୍ପୃକ୍ତ ବ୍ୟକ୍ତି ଜମି ଦିଏ, ତେବେ ତାହା ସମ୍ପୂର୍ଣ୍ଣ ବେଆଇନ ଓ ସମ୍ପୃକ୍ତ ବ୍ୟକ୍ତି ପ୍ରକଳ୍ପରେ ଭୂମିହରା ଭାବରେ ପରିଗଣିତ ହେବାନାହିଁ । ଜମି ଅଧିଗ୍ରହଣ ଓ ପୂନର୍ବାସ ଥଇଥାନ ଆଇନ ମୁତାବକ କ୍ଷତିପୁରଣ ପାଇବାରୁ ବଂଚିତ ହେବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଯେଉଁଭଳି ଅତ୍ୟଧିକ ତତ୍ପରତା ଦେଖାଇ ଆଇନକୁ ସାଇଡ୍ ମାରି ଜମି ଅଧିଗ୍ରହଣ କଲେ ସେତିକିବେଳେ ପ୍ରଶାସନର ଠାକୁର ସାହେବ୍ ଓ ତାଙ୍କର ଜୟ(କୁମାର), ବୀରୁ(ପାଣ୍ଡିଆନ)ଙ୍କର ଦେଖାନାହିଁ ।