ଆଇଏଏସ ପୂଜା ସିଙ୍ଘଲଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇଏଏସ ପୂଜା ସିଙ୍ଘଲଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର । ତେବେ ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ଆଜି ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏହାପୂର୍ବରୁ, ପୂଜା ସିଙ୍ଘଲଙ୍କୁ ଲଗାତାର ଦୁଇ ଦିନ ପଚରାଉଚରା ପରେ ବୁଧବାର ଦିନ ଖୁଣ୍ଟିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ସନାଲ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନା ଥାଉ କି ଯେ ପୂଜା ସିଙ୍ଘଲ ଭାରତୀୟ ପ୍ରଶାସନିକ ସେବାର ୨୦୦୦ ବ୍ୟାଚର ଜଣେ ଅଧିକାରୀ ହୋଇଥିବା ବେଳେ ସେ ଝାଡ଼ଖଣ୍ଡରେ ଖଣି ଏବଂ ଶିଳ୍ପ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏହା ସହ ଝାଡ଼ଖଣ୍ଡ ରାଜ୍ୟ ଖଣିଜ ବିକାଶ ନିଗମରେ ନିର୍ଦ୍ଦେଶିକା ଭାବରେ ଅତିରିକ୍ତ ଦାୟିତ୍ୱରେ ଥିଲେ। ରାଜ୍ୟ ସରକାରଙ୍କ ପର୍ସନାଲ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିଲମ୍ବନ ବିଜ୍ଞପ୍ତିରେ କୁହାଯାଇଛି ଯେ ନିଲମ୍ବନ ସମୟରେ ସେ ଭତ୍ତା ପାଇବେ। ଅନ୍ୟପଟେ ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିବା ପରେ ଆଜିଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି।

Related Posts