
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କୁ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମହିଳା ଭୋଟ ବିଜେଡ଼ିକୁ ଅଧିକ ମିଳୁଛି। ତାକୁ ଆହୁରି ସଲିଡ କରିବାକୁ ମହିଳାଙ୍କ ପାଇଁ ମିଶନ ଶକ୍ତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର ବୋଲି କହିଛନ୍ତି । ସେପଟେ ନିଯୁକ୍ତି, ବୃହତ୍ ଶିଳ୍ପ କି ଜଳସେଚନ ବ୍ୟବସ୍ଥା ହେଉନି। କାରଣ ୨୦ ବର୍ଷରେ ସେ ପରୀକ୍ଷା କରି ଜାଣିସାରିଲେଣି ଯେ କେଉଁ ବର୍ଗକୁ ଗୁରୁତ୍ବ ଦେଲେ ଭୋଟ ମିଳିବ। ପସିସି ସଭାପତି ଶ୍ରୀ ପଟ୍ଟନାୟକ ମନ୍ଦିର ରୂପାନ୍ତରିକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟର ସବୁ ମନ୍ଦିର ବୁଲି ବୁଲି ସୌନ୍ଦର୍ୟ୍ୟକରଣ କରାଯାଉଛି। ଏଥିରେ ଆଦର୍ଶ କଣ ଅଛି? ବିଚାରଧାରା କଣ ଅଛି? ଲୋକଙ୍କ ସେଣ୍ଟିମେଣ୍ଟକୁ ଟଚ୍ କରିବା ପାଇଁ ଭୋଟ ହାତେଇବା ପାଇଁ ସବୁ କାର୍ୟ୍ୟକ୍ରମ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହିନ୍ଦୁତ୍ବକୁ କାଉଣ୍ଟର ପାଇଁ ଏହା ହେଉଛି। ବିଜେଡ଼ି ର ଆଇଡୋଲଜି କଣ? ବହୁତ ଆଞ୍ଚଳିକ ଦଳ ମାନେ ଭିତରେ ଭିତରେ ବିଜେପି ସହ ଅଛନ୍ତି ନିଜ ସୁରକ୍ଷା ପାଇଁ। ନହେଲେ ଇଢି ଭଳି ସଂସ୍ଥା ଚଢ଼ାଉ କରିବ। ଲୋକଙ୍କ ଧାର୍ମିକ ଦୁର୍ବଳତାକୁ ପାଥେୟ କରି ଭୋଟ ପାଇବା ଲାଗି ଉଭୟ ବିଜେପି ଓ ବିଜେଡ଼ି ରାଜନୀତି କରୁଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଇନ କାନୁନ୍ ଭିତରେ ହେଉ। ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଲଢିବ। ୨୦୦୪ ପରଠାରୁ ରାଜ୍ୟରେ ଯେତେ ନିର୍ବାଚନ ହୋଇଛି ସବୁଥିରେ ପଇସା ଖେଳ ହେଉଛି। କିନ୍ତୁ ଶାସକ ଦଳ ଅସତ୍ ଉପାୟରେ ଲଢ଼ିବାରୁ କିନ୍ତୁ ନିବୃତ୍ତ ରହିବନି। ଯଦି ଲୋକଙ୍କ ମନର ବିଚାରଧାରାରେ ପରିବର୍ତ୍ତନ ଆସିବ ତାହାଲେ କଂଗ୍ରେସ ଜିତିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।