ପ୍ରାଇଭେଟ୍ ହସ୍ପିଟାଲକୁ ଅନୁଦାନ ଦେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ୍ ୨୬ ତାରିଖରେ, ଛତିଶଗଡ଼ କଂଗ୍ରେସ ପକ୍ଷରୁ ଏକ ବୁକଲେଟ୍ ଟ୍ବିଟ୍ କରାଯାଇଥିଲା। ଏହି ବୁକଲେଟ୍ ରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଫଟୋ ସହିତ ଟ୍ୱିଟ୍ କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ ଛତିଶଗଡ ସରକାର ଗ୍ରାମାଞ୍ଚଳ ଗୁଡିକରେ ଘରୋଇ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଅନୁଦାନ ପ୍ରଦାନ କରିବେ । ଏହି ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗକୁ ୧୦ ଦିନ ସମୟ ଦେଇଛନ୍ତି ବୋଲି ଏହି ଟ୍ବିଟ୍ ରେ କୁହାଯାଇଥିଲା । ତେବେ ଉଲ୍ଲେଖନୀୟ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଖୋଲାଖୋଲି ବିରୋଧ କରିଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ । ସେ ଏହି ପ୍ରସ୍ତାବକୁ ସର୍ବସାଧାରଣରେ ବିରୋଧ କରିଥିଲେ। ଦେଓ ସ୍କ୍ରୋଲ୍.ଇନ୍ ସୂଚନା ଦେଇ କହିଛନ୍ତି ଯେ ଏହି ପଦକ୍ଷେପ ସର୍ବଭାରତୀୟ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତି ବିରୁଦ୍ଧରେ ଯାଇଛି ଯାହା 2018 ବିଧାନସଭା ନିର୍ବାଚନରେ କଂଗ୍ରେସ ଘୋଷଣା କରିଥିଲା । ସରକାର ଜିଲ୍ଲା ଡାକ୍ତରଖାନାରେ ହଜାର ହଜାର କୋଟି ଟଙ୍କା ବିନିଯୋଗ କରୁଛନ୍ତି ଏଥି ସହିତ ଯଦି ସରକାର ବେସରକାରୀ ସଂସ୍ଥାକୁ ଜନତାଙ୍କ ଠାରୁ ଆସୁଥିବା ଟ୍ୟାକ୍ସକୁ ଦିଅନ୍ତି ତେବେ ଏହା ଆପତ୍ତିଜନକ ବୋଲି ସେ କହିଛନ୍ତି ।

ଏହି କାରଣରୁ ସେ ନିଜ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି ଆମର ଅର୍ଥର ଅଭାବ ତେବେ ଆମେ ଜନସାଧାରଣଙ୍କ ପାଇଁ ଭିତ୍ତିଭୂମିକୁ ମଜବୁତ କରିବା ଉଚିତ୍। ଯଦି ଆମେ ବେସରକାରୀ ସଂସ୍ଥାକୁ ଟଙ୍କା ଦେଉଛୁ, ତେବେ ନିଶ୍ଚିତ କରିବା ଉଚିତ ଯେ ଲୋକଙ୍କୁ ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ ହେବ। ତେବେ ରାଜ୍ୟ ସରକାର ଏହି ନିଷ୍ପତି ନେବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ କାହିଁକି ସାମିଲ ନଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଏହା ବଦଳରେ ସେ ରାଜ୍ୟ କୃଷି ମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ରବିନ୍ଦ୍ର ଚୌବେଙ୍କୁ ପଚାରିବାକୁ କହିଥିଲେ । କିନ୍ତୁ, ଚୌବେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ତେବେ ସରକାରଙ୍କ ଏହି ନିଷ୍ପତିକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଆକ୍ଟିଭିସ୍ଟ ମାନେ ଏହି ପଦକ୍ଷେପକୁ ସମାଲୋଚନା କରୁଛନ୍ତି। ବିଶେଷ କରି କରୋନା ମହାମାରୀ ଭଳି ସଙ୍କଟ ସମୟରେ ଜନସ୍ୱାସ୍ଥ୍ୟ କ୍ଷେତ୍ରର ବେସରକାରୀ ସଂସ୍ଥା ଗୁଡିକୁ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ଅନୁମତି ଦେବା ଏକ ନୈରାଶ୍ୟଜନକ ନିଷ୍ପତ୍ତି । ବିଶେଷ କରି ମହାମାରୀ ସମୟରେ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଜନ ସ୍ବାସ୍ଥ୍ୟ ଅଭିଯାନର ଜାତୀୟ ମିଳିତ ସଂଯୋଜକ ସୁଲକ୍ଷଣା ନନ୍ଦୀ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସ୍ଥିତିକୁ ସୁଧାରିବା ପାଇଁ ଏକ ଉତ୍ତମ ପ୍ରୟାସ ନୁହେଁ, ବରଂ ବେସରକାରୀ ସଂସ୍ଥାକୁ ଲାଭ ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଛତିଶଗଡ ସରକାର ବର୍ତ୍ତମାନ ସ୍ଥିତିରେ କାହିଁକି ଏଭଳି ପଦକ୍ଷେପ ନେଇଛନ୍ତି ତାହା କହିବା କଷ୍ଟକର । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କିମ୍ବା ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୯ ରେ ପ୍ରକାଶିତ ଗାଇଡଲାଇନକୁ ସେମାନେ ସୂଚାଇ ଦେଇଛନ୍ତି। ଗାଇଡଲାଇନରେ ପଦ୍ଧତିଗୁଡିକ ଦର୍ଶାଯାଇଛି ଯାହା ଗାଇଡଲାଇନ ଅନୁଯାୟୀ “ଅଣସଂରକ୍ଷିତ ଅଞ୍ଚଳରେ” ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି। ଏଥିରେ ପ୍ରକଳ୍ପର ମୂଲ୍ୟର ୪୦% ସରକାରୀ ବିନିଯୋଗ ଏବଂ ସରକାରଙ୍କ ଦ୍ବାରା ଜମି ଆବଣ୍ଟନ କରାଯିବାର ପ୍ରାବଧନ ରହିଛି। ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଗାଇଡଲାଇନକୁ ସମାଲୋଚନା କରି ଯୁକ୍ତି ବାଢିଛନ୍ତି ଯେ ସାଧାରଣ ଜନତା କିପରି ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ ସେ ବିଷୟରେ ଚିନ୍ତା ନକରି କେନ୍ଦ୍ର ସରକାର ବେସରକାରୀ ସଂସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ବଦଳରେ ପୂର୍ବରୁ ଥିବା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସରକାର ଧ୍ୟାନ ଦେବା ଉଚିତ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ବର୍ତ୍ତମାନ ସମୟରେ ଛତିଶଗଡ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାମ୍ନା କରୁଥିବା ଏକ ମୁଖ୍ୟ ସମସ୍ୟା ହେଉଛି ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରଙ୍କ ସଂଖ୍ୟା ବହୁତ କମ୍ ବୋଲି ନନ୍ଦୀ କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ 2016 ରେ ରାଜ୍ୟ ସରକାର ବିଜେପୁର, ସୁକମା ଏବଂ ଡାଣ୍ଟେୱାଡା ଭଳି ଜିଲ୍ଲାରେ ଅନେକ ଯୋଜନା ଆରମ୍ଭ କରିଥିଲା। ରାଜ୍ୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଡାକ୍ତରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା, ଗ୍ରାମାଞ୍ଚଳରେ ସେବା ଯୋଗାଇଦେବା ପାଇଁ ମେଡିକାଲ ଷ୍ଟୁଡେଣ୍ଟ ମାନଙ୍କୁ ଘର , ଉତ୍ତମ ପରିବହନ ସେବା, ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଉପକରଣ ଏବଂ ସହାୟକ କର୍ମଚାରୀ ଯୋଗାଇଦେଲେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ । ବର୍ତ୍ତମାନ ରାଜ୍ୟରେ 2,122 ଡାକ୍ତରୀ ସ୍ନାତକ ମଧ୍ୟରୁ ଅତି କମରେ 2,011 ସିଟ୍ ପୂରଣ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଦେଓ କହିଛନ୍ତି। ସେ କହିଛନ୍ତି, “ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଉଥିବ ବଣ୍ଡ ପରିମାଣ ବୃଦ୍ଧି କରିବାକୁ ଏହି ନିଷ୍ପତ୍ତି 2018 ପୂର୍ବରୁ ମଧ୍ୟ ନିଆଯାଇଥିଲା । ସେ କହିଛନ୍ତି ଯେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସାର୍ବଜନୀନ ଭିତ୍ତିଭୂମି, ବେତନ , ଔଷଧ ଏବଂ ନିଦାନରେ ଆମେ ଜନସାଧାରଣଙ୍କ ଟଙ୍କା ବିନିଯୋଗ କରିବା ଆବଶ୍ୟକ । ଏବଂ ଏଗୁଡିକୁ ଚଳାଇବା ପାଇଁ ଆମର ମାନବ ସମ୍ବଳ ମଧ୍ୟ ମହଜୁଦ୍ ରଖିବା ଆବଶ୍ୟକ ନଚେତ୍ ସମସ୍ତ ଅନୁଦାନ ନଷ୍ଟ ହେଉଛି। ତେବେ ବେସରକାରୀ ସଂସ୍ଥା ଗୁଡିକୁ ଅନୁଦାନ ପ୍ରଦାନ କରିବା ନିଷ୍ପତ୍ତି ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଛତିଶଗଡ ସରକାର ଏହାର ଜନସ୍ୱାସ୍ଥ୍ୟ ସୁବିଧା ଘରୋଇକରଣ କରିବାକୁ ଚେଷ୍ଟା କରିଛନ୍ତି। 2012 ରେ, ବିଜେପି ସରକାର ମୋବାଇଲ୍ ମେଡିକାଲ୍ ବ୍ୟବସ୍ଥା କରିଥିଲେ, ଯାହା ଅପଘଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ମୋବାଇଲ୍ ସ୍ବାସ୍ଥ୍ୟ ସେବା ଲଞ୍ଚ ହେବାର ଏକ ବର୍ଷ ପରେ ସରକାର ଏହି ଯୋଜନାକୁ ରଦ୍ଦ କରିଦେଲେ। ରାଜ୍ୟରେ ଏଭଳି ବ୍ୟବସ୍ଥା ପୂର୍ବରୁ ବୃଥା ପ୍ରମାଣିତ ହୋଇଛି। 2017 ରେ, ରାଜ୍ୟ ସରକାର ରାୟପୁରର ଏକ ବେସରକାରୀ ସଂସ୍ଥା ସହ ଚୁକ୍ତିନାମା କରିଥିଲେ ଏବଂ 2018 ରେ, ନୟା ରାୟପୁରରେ ବେଦାନ୍ତ କର୍କଟ ଡାକ୍ତରଖାନା ସ୍ଥାପନ ପାଇଁ ଜମି ପ୍ରଦାନ କରିଥିଲେ। କିନ୍ତୁ ପରେ ଏହି ଚୁକ୍ତିନାମାରୁ ଓହରି ଯାଇଥିଲେ । ଛତିଶଗଡର ବିଳାସପୁର ଗ୍ରାମାଞ୍ଚଳରେ ଏକ କମ୍ୟୁନିଟି ହସପିଟାଲ ଚଳାଉଥିବା ଡ ଯୋଗେଶ ଜେନା କହିଛନ୍ତି ଯେ, ବେସରକାରୀ ସ୍ବାସ୍ଥ୍ୟ ସେବା ଏକ ଅପାରଗ ସେବା। ସରକାର ଆଶା କରୁଥିଲେ ଯେ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ଗ୍ରାମାଞ୍ଚଳକୁ ଯାଇ ସେଠାରେ ସେବା ଯୋଗାଇବେ । କିନ୍ତୁ ଏଭଳି ହେବା ଅସମ୍ଭବ । 2018 ରେ, ସରକାରୀ ବେସରକାରୀ ଭାଗିଦାରୀ ମଡେଲ ଅଧୀନରେ କିଛି ସରକାରୀ ଡାକ୍ତରଖାନା ଏବଂ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ ଚଳାଇବା ପାଇଁ ସରକାର ବେସରକାରୀ ସଂସ୍ଥାଙ୍କ ପାଇଁ ବିଡ୍ ଆମନ୍ତ୍ରଣ କରିଥିଲେ। କେତେକ ସରକାରୀ ଡାକ୍ତରଖାନାରେ ସିଟି ସ୍କାନ୍, ପାଥୋଲୋଜି ଏବଂ ଏକ୍ସ-ରେ ସେବା ଚଳାଇବାକୁ ସରକାର ଅନୁମତି ଦେଇଥିଲେ ।ତେବେ ଏଥିରେ ମଧ୍ୟ ସୁଫଳ ମିଳି ନଥିଲା। ସରକାର ଏହା ମଧ୍ୟ ସୁନିଶ୍ଚିତ କରି ନଥିଲେ ଯେ ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ ହେବ କି ନାହିଁ । ଜନ ସ୍ବାସ୍ଥ୍ୟ ଅଭିଯାନର ଜାତୀୟ ମିଳିତ ସଂଯୋଜକ ସୁଲକ୍ଷଣା ନନ୍ଦୀ କହିଛନ୍ତି ଯେ “ଏହି ପଦକ୍ଷେପଗୁଡିକ ଦୂରଦୂରାନ୍ତରେ ଅସୁରକ୍ଷିତ ଗୋଷ୍ଠୀର ଲୋକଙ୍କୁ ସେବା ଯୋଗାଇବା ପାଇଁ ଘରୋଇ ସଂସ୍ଥା ଗ୍ରାମାଞ୍ଚଳକୁ ଯିବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି।

Related Posts