ମେ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି !

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଅନ୍ତ କନ୍ଦଳ ପରେ ଏବେ ପିସିସି ସଭାପତି ପରିବର୍ତନ ନେଇ ଜୋର ଧରିଥିବା ଚର୍ଚାରେ ଖୁବ ଶୀଘ୍ର ରାଜ୍ୟ କଂଗ୍ରେସ କୁ ମିଳିବ ନୂଆ ପିସିସି ସଭାପତି | ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ ହେବ । ଆଜି ବସିଥିବା କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାର ଏହି ଗୁରୁତ୍ୱପୂର୍ଣ ସୂଚନା ଦେଇଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଖବର ଅନୁଯାୟୀ, ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟରେ ପିସିସି ପରିବର୍ତ୍ତନ ନେଇ ବିଧାୟକ ଓ ବରିଷ୍ଠ ନେତାଙ୍କ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ସଂଗଠନକୁ କିପରି ସୁଦୃଢ କରିବା ସେନେଇ ମଧ୍ୟ ଆଲୋଚନା ହୋଇଛି । ଏହି ସମୟରେ ପରବର୍ତ୍ତି ପିସିସି ସଭାପତି କିଏ ହେବ । ସେ ନେଇ ଅନେକ ବିଧାୟକ ନିଜ ନିଜ ମତାମତ ଦେଇଛନ୍ତି ।

ସେହିପରି ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ଏଯାବତ ଇସ୍ତଫାକୁ ଗ୍ରହଣ କରାଯାଇନାହିଁ । ଆଜିର ଆଲୋଚନା ପରେ ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଚେଲ୍ଲା କୁମାର କହିଛନ୍ତି ।

ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ପାଖାପାଖି ୩୦ ମିନିଟ୍ ଧରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ଚେଲ୍ଲା କୁମାର ।ଆଲୋଚନା ପରେ ନରସିଂହ ମିଶ୍ର କହିଛନ୍ତି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି । ଯାହା ନିଷ୍ପତ୍ତି ନିଆଯିବା କଥା ତାହା ହାଇକମାଣ୍ଡ ନେବେ । ଏହା ପରେ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Related Posts