ମୁମ୍ବାଇ ପୋଲିସର କାର୍ଯ୍ୟକୁ ସୁପ୍ରିମକୋର୍ଟ ଙ୍କ ନାପସନ୍ଦ

ଲୋକପ୍ରିୟ ଚଳଚ୍ଚିତ୍ର ତାରକା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ବିହାରର ବରିଷ୍ଟ ପୋଲିସ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ସଙ୍ଗରୋଧରେ ରଖିବାକୁ ନେଇ ଆଜି ମାନ୍ୟବର ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି।

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ଏକମାସ ଅତିକ୍ରାନ୍ତ ହୋଇସାରି ଥିଲେବି ଏଯାଏ କାରଣ ସ୍ପଷ୍ଠ ନହେବା ସମସ୍ତଙ୍କୁ ତାଜୁବ୍ କରିଥିବା ବେଳେ ବିହାରର ତଦନ୍ତକାରୀ ଅଧିକାରୀଙ୍କୁ ଅଟକ ରଖିବା ଘଟଣାକୁ ଅଧିକ ଜଟିଳ କରିଦେଇଛି। ଏହାକୁ ନେଇ ଉଭୟ ବିହାର ଓ ମହାରାଷ୍ଟ୍ର ରାଜ୍ୟ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।  ନେତୃତ୍ୱ ନେବା ପାଇଁ ପାଟନା ଏସପି ବିନୟ ତିୱାରୀ ମୁମ୍ବାଇ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତେବେ ମୁମ୍ବାଇରେ ପହଞ୍ଚିବା ପରେ ତଦନ୍ତରେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖାଯିବା ଘଟଣାରେ ଶେଷରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମୁହଁ ଖୋଲିଛନ୍ତି।

ମୁମ୍ବାଇ ପୁଲିସର ଭଲ ବୃତ୍ତିଗତ ପ୍ରତିଷ୍ଠା ଥିବା ସତ୍ତ୍ୱେ ବିହାର ପୁଲିସ ଅଧିକାରୀଙ୍କୁ ଏଭଳି ବାଧ୍ୟତାମୂଳକଭାବେ ସଙ୍ଗରୋଧ କରିବା ଖବର ଏକ ଭଲ ସଙ୍କେତ ନୁହେଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ତରଫରୁ

ବିହାରର ରାଜଧାନୀ ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାକୁ ମହାରାଷ୍ଟ୍ରର ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖିବା ଘଟଣା ଉପରେ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି।

Related Posts