ପ୍ରତ୍ୟେକ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା, ଗଡୁଛି ମୁଣ୍ଡ

ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନଥିବା ବେଳେ, ଆଜି ରାଜ୍ୟରେ ପୁଣି ୧୩୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଘରୋଧ କେନ୍ଦ୍ରରୁ ୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪,୨୬୭ ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୨୪,୪୮୨ ଜଣ । ଏହା ସହ ଆଜି ରାଜ୍ୟରେ ୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି, ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୨୫ରେ ପହଂଚିଛି ।

Related Posts