ତିର୍ତ୍ତୋଲ ବିଧାୟକଙ୍କ ବଢିଲା ଅଡ଼ୁଆ; ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ଜଗତସିଂହପୁର ଏସପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବଢିଲା ଅଡ଼ୁଆ । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ଜଗତସିଂହପୁର ଏସପି । ତେବେ ବାନ୍ଧବୀ ସୋମାଲିକା ଦାଶ ଆଣିଥିବା ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଏକ ଚିଠି ଲେଖିଛନ୍ତି । ବିଧାୟକ ବିଜୟ ଶଙ୍କର ଏକ ସେକ୍ସ ରାକେଟ ଚଳାଉଥିବା ନେଇ ସୋମାଲିକା ଦାଶ ଅଭିଯୋଗ କରିଥିବାରୁ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଏସପି । ବିଜୟ ଶଙ୍କର ଓ ସୋମାଲିକା ଦାଶଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ସେପଟେ ବିବାହ କରିବାକୁ ବିଜୟ ଶଙ୍କର ମନା କରିବା ପରେ ଏନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା ।

ପରେ ୧୭ ଜୁନରେ ବିବାହ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ଏନେଇ ମେ ୧୬ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ କରିଥିଲେ । ୧୭ ଜୁନରେ ସୋମାଲିକା ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବି ବିଜୟଶଙ୍କର ଆସିନଥିଲେ । ତାଙ୍କୁ ଓ ପରିବାର ଲୋକଙ୍କୁ ଧମକଚମକ ଦିଆଯାଉଥିବା ସୋମାଲିକା ଅଭିଯୋଗ କରିଥିଲେ । ଏନେଇ ଥାନାରେ ସେ ବିଜୟଶଙ୍କରଙ୍କ ବିରୋଧରେ ଏଫଆଇଆର ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts