ୟୁକ୍ରେନ-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ମାସେ ପୁରିଛି । ତେବେ ଦୁହେଁ ନିଜ ନିଜ ଜିଦ୍ ରେ ଅଟଳ ରହିଛନ୍ତି। ମୁଣ୍ଡ ନହିଁ ବାକୁ ନାରାଜ ୟୁକ୍ରେନ । ସେପଟେ ଋଷ ମଧ୍ୟ ଜିଦ୍ ରେ ଅଟଳ ରହି ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ୟୁକ୍ରେନ ର ଅନେକ ରାଜ୍ୟକୁ ନିଜେ ଅଧିନକୁ ନେଇଛି ଋଷ । ତେବେ ଏହାରି ମଧ୍ୟରେ ୟୁକ୍ରେନ ସେନାର ଏକ ଦାବି ହଇଚଇ ସୃଷ୍ଟିି କରିଛି । ମେ ୯ ତାରିଖ ସୁଦ୍ଧା ଋଷ ଯୁଦ୍ଧ ଶେଷ କରିବ ବୋଲି ୟୁକ୍ରେନ ସେନା ଦାବି କରିଛି କିବ୍ ଇଣ୍ଡିପେଣ୍ଡେଣ୍ଟ । ଏହାର ରିପୋର୍ଟ ମୁତାବକ, ୯ ମେ ସୁଦ୍ଧା ଯୁଦ୍ଧ ବନ୍ଦ କରିବାକୁ ଋଷ ସେନାକୁ ଆଦେଶ ଦିଆଯାଇଛି । ଏହି ତାରିଖ ଋଷ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନ ଋଷରେ ନାଜି ଜର୍ମାନୀକୁ ନେଇ ବିଜୟ ଉତ୍ସବ ପାଳନ କରାଯାଇଥିଲା ।
କେବଳ ଏତିକି ନୁହେଁ ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଏପରି କିଛି କହିଛନ୍ତି ଯାହାକୁ ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛି । ଋଷ ହଜାର ହଜାର ୟୁକ୍ରେନ ନାଗରିକଙ୍କୁ ଋଷକୁ ପଠାଇଦେଉଛି । ସେମାନଙ୍କର ଇଚ୍ଛା ବିରୁଦ୍ଧରେ ସେଠାରେ ରଖୁଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ବନ୍ଧକ ମଧ୍ୟ କରୁଛି । ଫଳରେ ଏମାନଙ୍କୁ ଢାଲ କରି ୟୁକ୍ରେନକୁ ସମର୍ପଣ କରିବାକୁ ବାଧ୍ୟ କରିପାରିବ । ୟୁକ୍ରେନର ୪ ଲକ୍ଷ ଲୋକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଋଷ ପଠାଯାଇଛି । ସେମାନଙ୍କ ମଧ୍ୟରେ ୮୪ ହଜାର ଶିଶୁ ଅଛନ୍ତି ବୋଲି କହିଛନ୍ତି ୟୁକ୍ରେନର ବରିଷ୍ଠ ଅଧିକାରୀ ଲୟୁଡମାୟଲା ଡେନିସୋବା କହିଚନ୍ତି ।
ଅନ୍ୟପଟେ ଋଷ ୟୁକ୍ରେନକୁ ବାରମ୍ବାର ପରମାଣୁ ଆକ୍ରମଣ ଭୟ ଦେଖାଉଛି । ୟୁକ୍ରେନରେ କେମିକାଲ ଅସ୍ତ୍ର ମଧ୍ୟ ମାଡ କରିଛି । ଯାହାକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ବାଇଡେନ୍ କହିଛନ୍ତି ଯେ, ଯଦି ଋଷ କେମିକାଲ ବା ରସାୟନ ଅସ୍ତ୍ର ପ୍ରୟୋଗ ନେଇ ପ୍ରମାଣ ମିଳେ ତେବେ ସେମାନେ ଚୁପ୍ ରହିବେନି । ନାଟୋ କେବେ ହେଲେ ଚୁପ୍ ବସିବନି । ନାଟୋର ବ୍ରୁସେଲ୍ସରେ ଆୟୋଜତ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଏହା କହିଛନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ। ରକେଟ୍,ବୋମା, ଟ୍ୟାଙ୍କ ଆଦିରେ ଚାରିଆଡ଼ୁ ବାରୁଦ ବର୍ଷା କରୁଛି ପୁଟିନ ସେନା। ୟୁକ୍ରେନ୍କୁ ବର୍ବାଦ କରିବା ପାଇଁ ପୁଟିନ କୌଣସି ବି ପ୍ରୟାସ ଛାଡ଼ୁ ନାହାଁନ୍ତି। ଯେତେ ଯେତେ ଘାତକ ମିଶାଇଲ୍ ଓ ବୋମା ହେଉ ପଛକେ ସବୁ ୟୁକ୍ରେନ୍ ଉପରେ ମାଡ଼ କରାଯାଉଛି। ଏବେ ଋଷ ୟୁକ୍ରେନ୍ ଉପରେ ଫସଫରସ ବୋମା ଫିଙ୍ଗୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ।
