କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର; ଏଥିରେ ଚୀନର ମୁଣ୍ଡ ପୁରାଇବାର ଅଧିକାର ନାହିଁ: ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଗସ୍ତରେ ଅଛନ୍ତି ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୱି । ତେବେ ଆଜି ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ୍ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ସେପଟେ ୨୦୨୦ ଗଲ୍ୱାନ ବିବାଦ ଏବଂ ପୂର୍ବ ଲଦାଖ ବିବାଦ ପରେ ୱାଙ୍ଗଙ୍କର ଭାରତକୁ ଏହା ପ୍ରଥମ ଗସ୍ତ । ଏହା ମଧ୍ୟରେ ୱାଙ୍ଗ ୱି ଇସଲାମାବାଦରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର କଡ଼ା ପ୍ରତିକ୍ରିୟା ରଖିଛି ।

ଭାରତ କହିଛି ଜମ୍ମୁ କାଶ୍ମୀର ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ରଖିବା ପାଇଁ ଚୀନର କୌଣସି ଅଧିକାରୀ ନାହିଁ । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଏଥିରେ ଚୀନ ମୁଣ୍ଡ ପୁରଇବାର ଅଧିକାର ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରିକ୍ସ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିବା ୱାଙ୍ଗଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।

Related Posts