ଋଷ ସେନାକୁ କଡା ଟକ୍କର ଦେଉଛି ୟୁକ୍ରେନ ସେନା: ପୁଣିଥରେ ୟୁକ୍ରେନ ରାଷ୍ଟ୍ରପତି ଋଷକୁ ଦେଲେ ଚେତାବନୀ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଲଢେ଼ଇ ବା ଯୁଦ୍ଧ ଆଜିକୁ ୮ ଦିନରେ ପହଂଚିଥିବା ବେଳେ, ଋଷ ସେନା ୟୁକ୍ରେନ ରେ ଧ୍ଵଂସ ଓ ବିଧ୍ଵଂସ କରିବାର ଲାଗିଛନ୍ତି । ଋଷ ସେନା ୟୁକ୍ରେନର ଅନେକ ସହରକୁ ନିଜ ଅଧିନକୁ ନେଇଛି । ସେପଟେ ପଛ ଘୁଂଚା ଦେଇନି ୟୁକ୍ରେନ ସେନା । ଋଷ ସେନାକୁ କଡ଼ା ଟକ୍କର ଦେବା ପାଇଁ ୟୁକ୍ରେନ ସେନା ଯୁଦ୍ଧ ଜାରି ରଖିଛନ୍ତି । ଏହି କ୍ରମରେ ପୁଣିଥରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ପୁଣି ଥରେ ନିଜ ଦୃଢକ୍ତି ପ୍ରକାଶ କରିଛନ୍ତି । ଋଷକୁ ଚେତାବନୀ ଦେଇ ଜେଲେନସ୍କି କହିଛନ୍ତି କି ଯିଏ ବି ୟୁକ୍ରେନ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବ ତାକୁ ୟୁକ୍ରେନ ସେନା କଡ଼ା ଜବାବ ଦେବ । ଏହାସହ ଜେଲେନସ୍କି ଋଷସେନାକୁ ଚେତାବନୀ ଦେଇ କହିଛନ୍ତି କି “ତୁମ ଚମଡାରେ ଆମେ ଆମ ମାଟିକୁ ଆଚ୍ଛାଦିତ କରିବାକୁ ଚାହୁଁନାହୁଁ” ।

ଜେଲେନସ୍କିଙ୍କ ଏଭଳି ଚେତାବନୀ ମଧ୍ୟରେ ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି । ଏବେ ଋଷସେନାମାନେ ୟୁକ୍ରେନର ସାର୍ବଜନୀକ ସମ୍ପତ୍ତି ନଷ୍ଟ କରିବାକୁ ଆଗକୁ ଆସିଛନ୍ତି । ଏହି କ୍ରମରେ ଚେର୍ନୀହାଇବ ଠାରେ ଥିବା ତେଲ ଡିପୋ ଉପରେ ମିସାଇଲ ଆକ୍ରମଣ କରାଯାଇଛି । ଫଳରେ ତେଲ ଡିପୋରେ ଭୟଙ୍କର ନିଆଁ ଦେଖିବାକୁ ମିଳିଛି । ଏଠାରୁ ନିର୍ଗତ ହେଉଥିବା ଧୂଆଁ ଫଳରେ ବହୁଦୂର ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଇଛି ।

Related Posts