ମୁଁ ରୁଷ ସୈନିକଙ୍କର ମୃତଦେହରେ ୟୁକ୍ରେନର ଜମିକୁ ଢ଼ାଙ୍କିବାକୁ ଚାହୁଁ ନାହିଁ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ନିଜର ସମସ୍ତ ଶକ୍ତିକୁ ପ୍ରଦର୍ଶନ କରି ୟୁକ୍ରେନ ଉପରେ ଆକ୍ରମଣ କରିବାରେ ଲାଗିଛି । ସେପଟେ ୟୁକ୍ରେନ ମଧ୍ୟ ରୁଷ ସାମ୍ନାକୁରେ ଭୟଭୀତ ନହୋଇ ପାଲଟା ଜବାବ ଦେଉଛି । ଏପରିକି ଦେଶର ସୁରକ୍ଷା ପାଇଁ ୟୁକ୍ରେନବାସୀମାନେ ଯୁଦ୍ଧ ମଇଦାନରେ ଓହ୍ଲାଇବାରେ ଲାଗିଛନ୍ତି । ଆଉ ସବୁଠାରୁ ରୋଚକ କଥାଟି ହେଉଛି ଏପରି ସ୍ଥିତିରେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେନେଲସ୍କି ୟୁକ୍ରେନବାସୀଙ୍କ ମନୋବଳ ଭାଙ୍ଗିବାକୁ ଦେଉନାହାନ୍ତି । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ପୁଣି ଥରେ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ସୈନିକମାନଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ଚେତାବନୀ ଦେଇଛନ୍ତି। କେବଳଏତିକି ନୁହେଁ ବରଂ ମୁଁ ରୁଷ ସୈନିକଙ୍କର ମୃତଦେହରେ ୟୁକ୍ରେନର ଜମିକୁ ଢ଼ାଙ୍କିବାକୁ ଚାହୁଁ ନାହିଁ ବୋଲି କହିଛନ୍ତି ।

ଏଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ରୁଷର ସୈନିକମାନଙ୍କୁ ପଛଘୁଞ୍ଚା ଦେବାକୁ କହିଛନ୍ତି । ଆଉ ଗତ ସପ୍ତାହରେ ପ୍ରାୟ ୯,୦୦୦ ରୁଷୀୟଙ୍କର ମୃତ୍ୟୁ ଘଟିଥିବାର କଥା କହିଛନ୍ତି । ଯଦି ରୁଷର ସୈନିକମାନେ ୟୁକ୍ରେନ ଛାଡ଼ି ନଯାଆନ୍ତି ତାହାଲେ ରୁଷ ସୈନିକମାନଙ୍କର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିବ । ଏବଂ ମୁଁ ରୁଷ ସୈନିକଙ୍କର ମୃତଦେହରେ ୟୁକ୍ରେନର ଜମିକୁ ଢ଼ାଙ୍କିବାକୁ ଚାହୁଁ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ରୁଷ ସୈନିକ ୟୁକ୍ରେନର ଅନେକ ସ୍ଥାନମାନଙ୍କରେ ବୋମାମାଡ଼ କରିବାରେ ଲାଗିଛି । ଏପରିକି ୟୁକ୍ରେନର ରାଜଧାନୀ କିବକୁ ଆଜି କବଜାରେ ନେବା ପାଇଁ ନିଜ ସୈନିକମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି ।

Related Posts