ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାର କଥା ସାମ୍ନାକୁ ଆସିଛି । ହି ପ୍ରସଙ୍ଗରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେନେଲସ୍କି ଜାପାନ୍ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍ କରି ଜଣାଛନ୍ତି। ସେ କହିଛନ୍ତି ଯେ, ରୁଷର ନ୍ୟୁକ୍ଲିଅର ଆତଙ୍କବାଦ ସମ୍ପର୍କରେ ସେ ଦୀର୍ଘ ସମୟ ଧରି ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।ବିଶ୍ୱ ପ୍ରତି ବିପଦ ଥିବା ନେଇ ସେ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି ।

ରୁଷ ଉପରେ ଜାପାନ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଳଗାଇଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଥିଲେ। ଗୁରୁବାର ରାତିରେ ଜାପୋରିଝଝିଆରେ ରୁଷ ବୋମା ମାଡ଼ କରିଥିଲା। ଆକ୍ରମଣ ଚାଲିଥିବା ବେଳେ ହଠାତ୍ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ଼ ହୋଇଥିଲା। ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଏବେ ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରିଥିଲେ।

Related Posts