ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଅଶାନ୍ତ ହୋଇପଡିଛି ଜାମ୍ମୁ କଶ୍ମୀର । ଗତ କିଛି ସପ୍ତାହ ହେଲା ହିନ୍ଦୁ ଏବଂ ଅଣକାଶ୍ମୀରୀଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । ସେପଟେ କେନ୍ଦ୍ର ଶାସିତ ପ୍ରଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଉପସ୍ଥିତ ରହିବେ।

କେନ୍ଦ୍ର ସରକାର କଠୋର ପଦକ୍ଷେପ ସହ କାଶ୍ମୀରୀ ପଣ୍ଡିତ ଏବଂ ହିନ୍ଦୁଙ୍କୁ ଭରଷା ଦେବେ ଯେ, ସେମାନେ ଉପତ୍ୟକାରେ ସୁରକ୍ଷା ଅଛନ୍ତି। ସ୍ଥିତିର ସମୀକ୍ଷା ସମୟରେ ପୋଲିସ ପ୍ରଶାସନକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ଏହି ବୈଠକରେ ଅଜିତ୍ ଡୋଭାଲଙ୍କ ସହ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ, ପ୍ରଦେଶର ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ସାମିଲ ଉପସ୍ଥିତ ରହିବେ।

ନିକଟରେ ଜାମ୍ମୁ କାଶ୍ମୀରେ ଘଟିଥିବା ଟାର୍ଗେଟ କିଲିଂ ସ୍ପଷ୍ଟ କରିଛି ଯେ, ଏହା ସବୁ ଜିହାଦୀଙ୍କ ଏକ ବଡ଼ ଯୋଜନାର ଅଂଶ। କଶ୍ମୀରର ସଂଖ୍ୟାଲଘୁ ଗୋଷ୍ଠୀର ଲୋକଙ୍କୁ କେନ୍ଦ୍ର ଶାସିତ ପ୍ରଦେଶକୁ ବାହାର କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଏମାନଙ୍କ ଲକ୍ଷ୍ୟ ଥିବା ଜଣାପଡୁଛି। କିଛି ରିପୋର୍ଟ ଅନୁସାରେ, ଘାଟିରେ ଟାର୍ଗେଟ କିଲିଂ ପରେ ସେଠାରୁ ହିନ୍ଦୁଙ୍କ ପଳାୟନ ଆରମ୍ଭ ହୋଇଛି ।

Related Posts