ଧାରା ୩୭୦ ଉଠିବା ପରେ ୮୭ ନାଗରିକ ଓ ୯୯ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଧାରା ୩୭୦ ଉଠିବା ପରେ ୮୭ ନାଗରିକ ଓ ୯୯ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ । ତେବେ ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇଥିଲେ କେନ୍ଦ୍ର ସରକାର। ସେବେଠାରୁ ଏପର୍ୟ୍ୟନ୍ତ ମାତ୍ର ୮୭ ସାଧାରଣ ନାଗରିକ, ୯୯ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ହେଲେ ତା ପୂର୍ବରୁ ଗତ ୫ ବର୍ଷରେ(୨୦୧୪ ମେରୁ ଅଗଷ୍ଟ ୨୦୨୯ ପର୍ୟ୍ୟନ୍ତ) ଜାମ୍ମୁ-କାଶ୍ମୀରରେ ୧୭୭ ସାଧାରଣ ନାଗରିକ, ୪୦୬ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ବୋଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ହିଂସା ବିରୋଧରେ କେନ୍ଦ୍ର ସରକାର ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି।

ଆତଙ୍କବାଦୀ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ଏଥିପାଇଁ ଆତଙ୍କବାଦୀ ଆକ୍ରମଣ ପରିମାଣ ୨୦୧୮ରେ ୪୧୭ରୁ ଧୀରେ ଧୀରେ କମି ବର୍ଷ ୨୦୧୯ରେ ୨୫୫, ବର୍ଷ ୨୦୨୦ରେ ୨୪୪, ବର୍ଷ ୨୦୨୧ରେ ୨୨୯ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟସଭାର ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଜାମ୍ମୁ-କାଶ୍ମୀର୍ରେ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ତ୍ରୀ କହିଛନ୍ତି ” କୌଣସି ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ କଡ଼ା ସୁରକ୍ଷା ଓ ଗୁଇନ୍ଦା ନଜର ରଖାଯାଇଛି। ଦିନ ରାତି ପ୍ୟାଟ୍ରୋଲିଂ ହେଉଛି। ଏବଂ ଆତଙ୍କବାଦୀ ବିରୋଧୀ କାର୍ୟ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି।” ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts