ଲୋକତନ୍ତ୍ରରୁ କିପରି ଭୋଟ ଲୁଟ କରାଯାଏ ସେଥିରେ ବିଜେପି ଅଭିଜ୍ଞ: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟି ସାରା ଦେଶରେ ନିଜର ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ଗଣତନ୍ତ୍ରର ସିରିଏଲ କିଲର ଅଟେ। ଲୋକତନ୍ତ୍ରରୁ କିପରି ଭୋଟ ଲୁଟ କରାଯାଏ ସେଥିରେ ବିଜେପି ଅଭିଜ୍ଞ ଦଳ ହୋଇଯାଇଛି। କନ୍ନୌଜରେ ଅନେକ ସାଥୀ ନାମାଙ୍କନ ପତ୍ର ପୁରଣ କରିପାରି ନଥିଲେ। ଏଟାରେ ପୋଲିସ କ୍ୟାପଟେନ ଓ ଡିଏମ ମିଶି ନାମାଙ୍କନ ପତ୍ର ପୁରଣ କରିବାକୁ ଦେଇ ନଥିଲେ। ଫରୁଖାବାଦର ବନ୍ଧୁମାନଙ୍କ ସହିତ ମଧ୍ୟ ଏପରି ହୋଇଥିଲା’’। ବିଜେପିଠାରୁ ସ୍ୱଚ୍ଛ ନିର୍ବାଚନ ଆଶା କରିବା ନିଜକୁ ନିଜେ ଧୋକ୍କା ଦେବା ସହିତ ସାମାନ ବୋଲି ଅଖିଳେଶ କହିଛନ୍ତି। ଯେବେଠାରୁ ବିଜେପି ସରକାରକୁ ଆସିଛି ସେହି ସମୟରୁ ସବୁବେଳେ ବ୍ୟାଙ୍କରେ ସୁଧ କମିବା ସହିତ କାନପୁରରେ ଲକରରୁ ଗହଣା ଚୋରି ହେଉଛି ବୋଲି ସେ କହିଛନ୍ତି ।

ପୋଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କହିଛନ୍ତି ‘’ମୁଁ କହିଥିଲି ପୋଟ୍ରୋଲ ଡିଜେଲ ଦାମ ବଢ଼ିଯିବ, ନିର୍ବାଚନ ପରେ ତାହାହିଁ ହେଲା, ଦରଦାମବଢିବା ସହିତ ବେକାରୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଲୋକମାନେ ଆତ୍ମହତ୍ୟା କରୁଛନ୍ତି’’। ସେ କହିଛନ୍ତି ବିଜେପିରାଜରେ ସାମ୍ୱାଦିକମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ସତ ଖବର ପ୍ରସାରଣ କଲେ ସାମ୍ୱାଦିକମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଉଛି। ସେହିପରି ବିଜେପିର ନୂଆ ଟୋପିକୁ ନେଇ ଅଖିଳେଶ କହିଛନ୍ତି ଯେଉଁମାନେ ଲାଲ ଟୋପିକୁ ନେଇ ଅନେକ କଥା କହୁଥିଲେ ସେମାନେ ଆଜି ନିଜେ ସେହି ଟୋପି ପିନ୍ଧିଛନ୍ତି। ‘’ମୁଁ ବହୁତ ଖୁସିଯେ ସେମାନେ ଲାଲ ଟୋପି ନପିନ୍ଧି ଆଜି ଅନ୍ୟ ଟୋପି ପିନ୍ଧିଛନ୍ତି, ନହେଲେ ସିଦ୍ଧାନ୍ତରେ କିପରି ସ୍ଥିର ହେବେ? ଖାଲି ଟୋପି ପିନ୍ଧିଲେ କିଛି ହେବ ନାହିଁ ବୋଲି ଅଖିଳେଶ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts