
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକା ଭାରତର ସବୁଠାରୁ ବଡ ବ୍ୟବସାୟିକ ଅଂଶୀଦାର । ୨୦୨୧-୨୨ ଆର୍ଥିକ ବର୍ଷରେ ଆମେରିକା ଭାରତର ସବୁଠାରୁ ବଡ ବ୍ୟବସାୟିକ ସହଯୋଗୀ ହୋଇପାରିଛି । ଭାରତରେ ବ୍ୟବସାୟ କରିବା କ୍ଷେତ୍ରରେ ଚୀନକୁ ପଛରେ ପକାଇ ଆମେରିକା ଉପରକୁ ଉଠିଛି । ଦୁଇ ଦେଶ ମଧ ଆର୍ଥିକ ସ୍ଥିତି ମଜବୁତ ହୋଇଛି । ବାଣିଜ୍ୟ ମନ୍ତ୍ରାଳୟର ସୁଚନା ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୦୨୨ରେ ଆମେରିକା ଏବଂ ଭାରତର ଦ୍ୱିପାକ୍ଷିକ ବ୍ୟବସାୟ ବଢି ୧୧୯.୪୨ ଅରବ ଡଲାରରେ ପହଞ୍ଚି ଯାଇଛି ।
ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ଏହି ସଂଖ୍ୟା ୮୦.୫୧ ଅରବ ଡଲାରର ଥିଲା । ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତରୁ ଆମେରିକାରକୁ ରପ୍ତାନୀ ବଢି ୭୬.୧୧ ଅରବ ଡଲାରରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷରେ ଏହା ୫୧.୬୨ ଅରବ ଡଲାର ଥିଲା । ସେପଟେ ଆମେରିକାରୁ ଭାରତକୁ ଆମଦାନୀ ୪୩.୩୧ ଅରବ ଡଲାରରେ ପହଞ୍ଚିଛି । ଗତ ବର୍ଷ ଏହା ୨୯ ଅରବ ଡଲାର ଥିବା ବେଳେ ଏହା ଚଳିତ ବର୍ଷ ବୃଦ୍ଧି ପାଇଛି ।