ୟୁକ୍ରେନର ଏଭଳି ସ୍ଥିତି ପାଇଁ ଆମେରିକା ଦାୟୀ: ଉତ୍ତରକୋରିଅ

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଥମିବାର ନାଁ ଧରୁନି । ଏହାରି ମଧ୍ୟରେ ଉତ୍ତରକୋରିଆର ବୈଦେଶିକ ମନ୍ତ୍ରଣାଳୟ ୱେବସାଇଟ୍‌ରେ ଅପଡେଟ୍ କରଯାଇଥିବା ତଥ୍ୟ ଏବେ ଚର୍ଚ୍ଚା ର ପରିସର କୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଓ ବିତର୍କ ଦେଖାଦେଇଛି । ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କରିଛି ଉତ୍ତରକୋରିଅ। ଆମେରିକାର ଖଳପ୍ରକୃତି ପାଇଁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ସୂତ୍ରପାତ ବୋଲି ଉତ୍ତରକୋରିଆ କହିଛି।

ରୁଷର ଆକ୍ରମଣକୁ ଉତ୍ତରକୋରିଆ ସିଧାସଳଖ ସମର୍ଥନ କରିନି ।ସେହିପରି ଯୁଦ୍ଧକୁ ବିରୋଧ କରି ବିଭିନ୍ନ ଦେଶ ନିନ୍ଦା କରୁଥିବା ବେଳେ ଏନେଇ ଏଭଳି ପ୍ରତିକ୍ରିୟା ରଖିଛି ଉତ୍ତର କୋରିଆ। ଯୁଦ୍ଧ ସଂକ୍ରାନ୍ତରେ ଉତ୍ତରକୋରିଆର ବୈଦେଶିକ ମନ୍ତ୍ରଣାଳୟ ୱେବସାଇଟ୍‌ରେ ତଥ୍ୟ ଅପଡେଟ୍ କରାଯାଇଛି। ସେଥିରେ ଉଭୟ ଦେଶର ଯୁଦ୍ଧ ବିପର୍ଯ୍ୟୟ ପାଇଁ ଉତ୍ତରକୋରିଆ ଅମେରିକାକୁ ଦାୟୀ କରିଛି। ରୁଷର ସୁରକ୍ଷା ପ୍ରସଙ୍ଗରେ ୱାସିଂଟନ୍ ପରୋକ୍ଷରେ ମୁଣ୍ଡଖେଳେଇବା ଏବଂ ୟୁକ୍ରେନକୁ ଢ଼ାଲ କରି ମନ୍ଦ ଖେଳ ରଚୁଥିଲା ବୋଲି ଉତ୍ତରକୋରିଆ କହିଛି। ଆମେରିକାର ନିଜ ବଡ଼ପଣ ନେଇ ଆଧିପତ୍ୟ ଜାହରି କରିବାର ମାନସିକତା ଏବଂ ଅଯଥା ହସ୍ତକ୍ଷେପ ଯୁଦ୍ଧ ପରିସ୍ଥତି ଉପୁଜିଲା ବୋଲି ଉତ୍ତରକୋରିଆ କହିଛି।

Related Posts