ହାତୀପାଇଁ ଗାଁ ଅନ୍ଧାର; ରାତିସାରା ବିଦ୍ୟୁତ କାଟ ଯୋଗୁଁ ଚୋରି ହୋଇଗଲା ୫ ଟ୍ରାନ୍ସଫର୍ମର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲକୋଇ ବ୍ଲକର ୧୩ ଟି ପଞ୍ଚାୟତକୁ ହାତୀଙ୍କ ଚଳପ୍ରଚଳ ପାଇଁ ଦୈନିକ ରାତିରେ ବିଦ୍ୟୁତ କାଟ କରାଯାଉଛି। ତେବେ ଏହି ବିଦ୍ୟୁତ କାଟର ସୁଯୋଗ ନେଉଛନ୍ତି ଚୋର। ସିଧାସଳଖ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରୁଛନ୍ତି । ଏହି ଚୋରି ଘଟଣା ଗୋଟିଏ କି ଦୁଇଟି ନୁହେଁ ଗତ ଦୁଇଦିନରେ ସ୍ଥାନୀୟ ଅଞ୍ଚଳରୁ ଚୋରି ହୋଇଗଲାଣି ୫ଟି ବିଦ୍ୟୁତ ଟ୍ରାନ୍ସଫର୍ମର ।

ଆଗରୁ ଖୁଣ୍ଟାପଡା ପଞ୍ଚାୟତରୁ ଗୋଟିଏ ଟ୍ରାନ୍ସଫର୍ମର ଚୋରି ହୋଇଥିବା ବେଳେ ତେଲକୋଇ ହାଟପଡିଆ ଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିଲା ।ଗତକାଲି ପୁରୁଯୋଡା ପଞ୍ଚାୟତର ବ୍ରାହ୍ମଣିକଂସର, କରଙ୍ଗାପାଳ ଓ ପୁରୁଯୋଡା ଗାଁର ମହାନ୍ତ ସାହିରୁ ତିନୋଟି ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି ।

ଆଗକୁ ଏଭଳି ବିଦ୍ୟୁତ କାଟ ଜାରି ରହିଲେ ୧୩ ପଞ୍ଚାୟତର ୯୦ରୁ ଉର୍ଦ୍ଧ୍ବ ଗ୍ରାମରେ ଥିବା ସମସ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହେବାର ସମ୍ଭାବନା ଦେଖାଦେଇଛି । ଟାଟା ପାଓ୍ବାର ବିଦ୍ୟୁତ୍ ସରବରାହ ଦାୟିତ୍ୱ ଭାର ନେବା ପରେ ନିୟମିତ ବିଦ୍ୟୁତ ସେବା ପାଇବେ ବୋଲି ଲୋକେ ଆଶା କରିଥିବା ବେଳେ ଟାଟା ପାଓ୍ୱାରର ମନୋମୂଖି କାର୍ଯ୍ୟ ଯୋଗୁଁ ଆଗାମି ଦିନରେ ଲୋକେ ନିଆଁଖୁଣ୍ଟାକୁ ଭରସା କରିବେ ବୋଲି ପ୍ରକାଶ କରିଛନ୍ତି ।

Related Posts