ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ସଙ୍କଟ ମଧ୍ୟରେ ଛିଡ଼ା କରିଥିବା ବେଳେ, ଗତକାଲି ୟୁକ୍ରେନ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଅବସରରେ ସମସ୍ତେ ୟୁକ୍ରେନ୍‌କୁ ସହଯୋଗ କରିବା ଆବଶ୍ୟକ ବୋଲି କହିଛନ୍ତି ଭାରତରେ ଥିବା ବ୍ରିଟିସ ରାଷ୍ଟ୍ରଦୂତ ଆଲେକ୍ସ ଇଲ୍ଲିସ।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ୨୦୨୨ ଫେବ୍ରୁଆରୀ ୨୪ରୁ ଦୀର୍ଘ ୬ ମାସ ହେଲା ଋଷ ମିଛଟାରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି। ଯାହା ଅନାବଶ୍ୟକ। ୟୁକ୍ରେନ୍ର ସ୍ୱାଧୀନତା ଦିବସ ହୋଇଥିବାରୁ ସାରା ବିଶ୍ୱ ଏହି ଦେଶ ସମର୍ଥନରେ ଛିଡ଼ା ହେବା ଉଚିତ ବୋଲି ସେ କହିଛନ୍ତି।

ତେବେ ଠିକ୍ ସମୟରେ ୟୁକ୍ରେନ୍‌କୁ ସହାୟତା ପ୍ରଦାନ କରିବାର ଆବଶ୍ୟକ ଥିଲା ବୋଲି ସେ ଏହି କଥାକୁ ଗୁରୁତ୍ୱାରୋପ କରିଛନ୍ତି। “ଏମିତି ଅନେକ ଦେଶ ଅଛି ଯାହାକୁ ଆମେ ଅସ୍ତ୍ରଶସ୍ତ୍ର ଦେଇ ସହଯୋଗ କରୁଛି। ଯେମିତି ସିରିଆ। ତେବେ କେତେକ ରାଜନୈତିକ ଉଦ୍ଦେଶ୍ୟ ରଖି ସହଯୋଗ କରୁଛନ୍ତି ତ ଆଉ କେତେକ ମାନବିକତା ଦୃଷ୍ଟି କୋଣରୁ।”

ସେହିପରି ଚୀନ ଓ ତାଇୱାନ୍‌ର ସୀମା ବିବାଦକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏନେଇ କଣ କରିବ କଣ ନକରିବା ତାହା କହିବା କିଛି ଆବଶ୍ୟକ ନାହିଁ। କାରଣ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର ପୂର୍ବରୁ ହିଁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ତେବେ ଯେଉଁ ଦେଶଗୁଡିକ ଗଣତନ୍ତ୍ରର ମୂଲ୍ୟବୋଧ ସହ ରହିଛନ୍ତି ସେମାନେ ନିହାତି ତାଇୱାନ ଓ ୟୁକ୍ରେନ୍‌କୁ ସହଯୋଗ କରିବା ଉଚିତ୍।