ବୁଦାପେଷ୍ଟରେ ଭାରତୀୟଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବୁଦାପେଷ୍ଟରେ ଭାରତୀୟଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ । ସେପଟେ ସ୍ଥାନାନ୍ତର ପ୍ରକି୍ରୟା ଶେଷ ହେବାକୁ ଯାଉଥିବାର ଦର୍ଶାଇ ଟ୍ୱିଟରେ ଏଭଳି ନିଦେ୍ର୍ଦଶ ଦେଇଛି ଭାରତୀୟ ଦୂତାବାସ । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ କରିଥିଲା। କିଛି ଦିନ ହେବ ଅପରେସନ ଗଙ୍ଗା ମଧ୍ୟରେ ପ୍ରାୟ ୧୪,୦୦୦ରୁ ଉର୍ଦ୍ଧ୍ବ ଭାରତୀୟଙ୍କୁ ଅଣାଯାଇଥିବା ବେଳେ ଆଜି ଏହି ଅପରେସନ ଶେଷ ହେବ ବୋଲି କହିଛି ଦୂତାବାସ। ଏନେଇ ସେ ୟୁକ୍ରେନରେ ଯଦି ଏବେ କୌଣସି ଭାରତୀୟ ଫସିରହିଛନ୍ତି, ସେମାନଙ୍କୁ ତୁରନ୍ତ ବୁଦାପେଷ୍ଟରେ ପହଞ୍ଚିବାକୁ କୁହାଯାଇଛି।

ଭାରତୀୟ ଦୂତାବାସ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଭାରତ ଦୂତାବାସ ଆଜି ଅପରେସନ୍ ଗଙ୍ଗାର ଶେଷ ବିମାନ ଉଡ଼ାଇବା ଆରମ୍ଭ କରିବାକୁ ଯାଉଛି। ଯଦି କେହି ଭାରତୀୟ ଏବେ ବି କେଉଁଠି ଅଟକି ରହିଛନ୍ତି, ତେବେ ତୁରନ୍ତ ହଙ୍ଗେରିଆ ସିଟି ସେଣ୍ଟରରେ ସ୍ଥାନୀୟ ସମୟ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ପହଞ୍ଚନ୍ତୁ। ଏହାପୂର୍ବରୁ ଏକ ଟୁଇଟରେ ଦୂତାବାସ ଭାରତୀୟମାନଙ୍କୁ ଅନୁରୋଧ କରିଥିଲା ଯେ, ଯେଉଁମାନେ ୟୁକ୍ରେନରେ ଏବେ ବି ଫସିଛନ୍ତି ସେମାନେ ଏହି ମୌଳିକ ବିବରଣୀ ଥିବା ଫର୍ମ ପୂରଣ କରନ୍ତୁ। ଦୂତାବାସର ଅଫିସିଆଲ୍ ଟ୍ୱିଟରେ ଦିଆଯାଇଥିବା ଫର୍ମରେ ଫସିରହିଥିବା ଭାରତୀୟଙ୍କ ନାମ, ପାସପୋର୍ଟ ନମ୍ବର ଏବଂ କେଉଁଠି ଫସିରହିଛନ୍ତି ତାହାର ଠିକଣା ଏବଂ ଯୋଗାଯୋଗ କରିବାର ନମ୍ବର ଦେବାକୁ କୁହାଯାଇଥିଲା।

Related Posts