ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରିଟେନରେ ନିର୍ମିତ ହୋଇଛି ବିଶ୍ୱର ପ୍ରଥମ ସ୍ପେଶିଆଲ ଏୟାରପୋର୍ଟ । ବ୍ରିଟେନର କୋଭେଣ୍ଟ୍ରି ସହରର ନିର୍ମିତ ହୋଇଛି ସ୍ୱତନ୍ତ୍ରଧରଣର ବିମାନ ବନ୍ଦର ଏୟାର-ୱାନ୍। ଏହି ବିମାନ ବନ୍ଦରଟି ଫ୍ଲାଇଂ କାର, ଡ୍ରୋନ ଓ ଫ୍ଲାଇଂ ଟ୍ୟାକ୍ସିଙ୍କ ଉଡାଣ ଓ ଅବତରଣ ଲାଗି ବ୍ୟବହୃତ ହେବ। ଫ୍ଲାଇଂ କାର ଦୀର୍ଘ ସମୟରୁ ମଣିଷର ସ୍ୱପ୍ନ ହୋଇ ରହିଛି। ଦୁନିଆରେ ଏପରି ବାହନ ଲାଗି ସ୍ୱପ୍ନ ଯେତିକି ସତ୍ୟରେ ପରିଣତ ହେଉଛି ସେଥିଲାଗି ସେହି ଅନୁରୂପ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ତେବେ ଏହି ଚମତ୍କାର ଲାଗି ବ୍ରିଟେନ ନିର୍ମାଣ କରିଛି ବିଶ୍ୱର ପ୍ରଥମ ଏୟାରପୋର୍ଟ ଏୟାର-ୱାନ୍। ଏହା ଏକ ସ୍ୱତନ୍ତ୍ର ଧରଣର ବିମାନ ବନ୍ଦର। ଏଠାରେ ସବୁ ଉଡନ୍ତା ବାହନ ଭର୍ଟିକାଲ ଲ୍ୟାଣ୍ଡ କରିବେ। ଏହାର ଅର୍ଥ ହେଉଛି ଏୟାର ଟ୍ୟାକ୍ସି ହେଉ କି ଫ୍ଲାଇଂକାର ଅଥବା ଡ୍ରୋନ ସବୁ ସିଧାଶଳଖ ଉପରୁ ତଳକୁ ଓହ୍ଲାଇବେ। ଏଣୁ ବିମାନ ବନ୍ଦରରେ ରନୱେର ଆବଶ୍ୟକତା ନଥିବାରୁ ଏଥିରେ ଏହି ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଏୟାରପୋର୍ଟକୁ ଲୋକଙ୍କ ଯାତାୟାତ ଓ ସାମଗ୍ରୀର ଦ୍ରୁତ ଡେଲିଭରି ଲାଗି ଉପଯୋଗ କରାଯିବ।
