ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ

ରାୟଗଡ଼ା: ରାୟଗଡ଼ା ଟିକିରି ଉଷାପଡ଼ା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ।ଏକରତରଫା ପ୍ରେମର କରୁଣ ପରିଣତି ଘଟିଛି। ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ । ତେବେ ଖାଲି ସେତିକି ନୁହେଁ ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଯୁବକ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛି।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିକିରି ଉଷାପଡ଼ା ଗାଁରେ । ସୂଚନା ଅନୂଯାୟୀ ଯୁବକ ଜଣକ ଏକତରଫା ପ୍ରେମ କରୁଥିଲେ । ଆଉ ଯାହାକୁ ନେଇ ସେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ତେବେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଯୁବକ ।

ତେବେ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଯୁବତୀଙ୍କ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ତେବେ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

Related Posts