
ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ବିଏମ୍ସି ଡେପୁଟି କମିଶନର ଥାନାରେ ଅଟକ । ଜଣେ ଯୁବତୀଙ୍କୁ ଦୁର୍ବବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍ସି ଡେପୁଟି କମିଶନର ଯୋଗେଶ୍ୱର ନାୟକ ଲିଙ୍ଗରାଜ ଥାନାରେ ଅଟକ ଥିବା ସୂଚନା ମିଳିଛି।
ତେବେ ଯୁବତୀ ଜଣଙ୍କ ଅଭିଯୋଗ ଅନୁସାରେ, ଯୋଗେଶ୍ୱର ତାଙ୍କୁ ଏକ ଆଲବମ୍ ଅଫର କରିଥିଲେ। ଏଥିପାଇଁ ତାଙ୍କ ସହିତ ରାତ୍ରୀଯାପନ କରିବାକୁ ମଧ୍ୟ କହିଥିଲେ । ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କ ଘରେ ପସି ତାଙ୍କୁ ଖରାପ୍ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକାଇଥିବା ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ତମାମ ମାମଲାକୁ ନେଇ ତଦନ୍ତ ଚଳାଇଛି ପୁଲିସ।
ସେପଟେ ଥାନା ଅଟକ ରଖିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଯୋଗେଶ୍ୱରଙ୍କ ପାଲଟା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣଙ୍କ ତାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ନେଇ ତାଙ୍କୁ ଫେରାଉନଥିଲେ । ଟଙ୍କା ମାଗିବାରୁ ଜାଣି ଶୁଣି ଫସାଇ ଦେଇଥିବା ଯୋଗେଶ୍ୱର ଅଭିଯୋଗ କରିଛନ୍ତି ।