ଦେଶରେ ଜଣେ ସିରିଏଲ କିଲର ବୁଲୁଛି, ଆଉ ସେ ସବୁ ସରକାରଙ୍କୁ ହତ୍ୟା କରୁଛି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଜଣେ ସିରିଏଲ କିଲର ବୁଲୁଛି, ଆଉ ସେ ସବୁ ସରକାରଙ୍କୁ ହତ୍ୟା କରୁଛି। ବିଜେପି ଉଦ୍ଦେଶ୍ୟରେ କିଛି ଏପରି କହିଛନ୍ତି ଆମ ଆଦମୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସିଧାସଳଖ ବିଜେପିରେ ନାଁ ନେଇ ଏଭଳି ତେରେଛା ବାଣ ମାରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଅନେକ ସରକାରଙ୍କୁ ଧ୍ୱଂଶ କରି ସାରିଲାଣି ବିଜେପି ।ଏବେ ସେମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି। ସେ ଆହୁରୀ କହିଛନ୍ତି ଯେ, ଏବେ ଆମ ଦେଶରେ ଜଣେ ସିରିଏଲ କିଲର ବୁଲୁଛି ଓ ସବୁ ସରକାରଙ୍କୁ ହତ୍ୟା କରୁଛି ଦିଲ୍ଲୀ ବିଧାନଭସଭାରେ ଆଜି ଉଦବୋଧନ ଦେଉଥିବା ବେଳେ ଏହା କହିଛନ୍ତି କେଜ୍ରିୱାଲ। ନିକଟ ଦିନ ମାନଙ୍କରେ ବିଜେପି ୨୭୭ ଜଣ ବିଧାୟକଙ୍କୁ କିଣି ସାରିଲାଣି ବୋଲି କେଜ୍ରିୱାଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ବିଜେପିର ଅପରେଶନ ଲୋଟସ ଚର୍ଚ୍ଚାକୁ ଆସିବା ପରେ ଆପ୍ ପକ୍ଷରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆଜି ଡକାଯାଇଥିଲା। ଆପ ଅଭିଯୋଗ କରିଛି ଯେ, ବିଜେପି ଆପର ୪୦ ଜଣ ବିଧାୟକଙ୍କୁ ଲାଞ୍ଚ ଦେଇ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲା ବିଜେପି। ଦଳ ପରିବର୍ତ୍ତନ ପାଇଁ ବିଧାୟକ ପିଛା ୨୦ କୋଟି ଟଙ୍କାର ଅଫର୍ ଦେଇଥିଲା ବିଜେପି । ଏହି କିଣାବିକା ପାଇଁ ବିଜେପି ପାଖର ଏତେ ପରିମାଣରେ ଟଙ୍କା ଆସୁଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କରଦାତାଙ୍କ ଅର୍ଥ ୨ଟି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି।ପ୍ରଥମେ ଜିଏସଟିରୁ ଆସୁଥିବା ଅର୍ଥ ବିଧାୟକ କିଣାବିକାରେ ଖର୍ଚ୍ଚ କରାଯାଉଛି। ସେହିପରି ବାକି ଅର୍ଥ ମୋଦି ସରକାରଙ୍କ ବନ୍ଧୁମାନଙ୍କ ଋଣ ଛାଡ଼ କରି ଭରଣା କରାଯାଉଛି।

Related Posts